ଓଡିଶା

odisha

ETV Bharat / state

ବ୍ୟାପକ ପରିମାଣରେ ପୋଚ ସହ ମଦ ଜବତ

ଚଢାଉ ବେଳେ ବ୍ୟାପକ ପରିମାଣରେ ପୋଚ ସହ ମଦ ଜବତ କଲେ ନବରଙ୍ଗପୁର ଅବକାରୀ ବିଭାଗ ।

By

Published : Sep 24, 2020, 11:17 AM IST

ବ୍ୟାପକ ପରିମାଣରେ ପୋଚ ସହ ମଦ ଜବତ
ବ୍ୟାପକ ପରିମାଣରେ ପୋଚ ସହ ମଦ ଜବତ

ନବରଙ୍ଗପୁର: ବ୍ୟାପକ ପରିମାଣରେ ପୋଚ ସହ ମଦ ଜବତ । ଚଢାଉ ବେଳେ ବ୍ୟାପକ ପରିମାଣରେ ପୋଚ ସହ ମଦ ଜବତ କଲେ ନବରଙ୍ଗପୁର ଅବକାରୀ ବିଭାଗ ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକ ଜିଲ୍ଲା ଅବକାରୀ ଇନସ୍ପେକ୍ଟର ବିପ୍ର ମଣ୍ଡଳଙ୍କୁ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଇନସ୍ପେକ୍ଟର ବିପ୍ର ମଣ୍ଡଳଙ୍କ ନେତୃତ୍ୱରେ କୋଡୀଙ୍ଗା ଥାନା ଅଞ୍ଚଚଳର ଗାଦବା ଗୁଡା, ଦୁଃଖୁଗୁଡା ଏବଂ ମୁଦିନାୟକ ଗୁଡା ଆଦି ଗ୍ରାମରେ ଚଢାଉ କରାଯାଇଥିଲା ।

ବ୍ୟାପକ ପରିମାଣରେ ପୋଚ ସହ ମଦ ଜବତ

ଚଢାଉ ବେଳେ ଏକ ମକା ବିଲ ଭିତରୁ ବେଆଇନ ଭାବେ ମଦ ପାଇଁ ପ୍ରସ୍ତୁତ ଥିବା 6 ହଜାର ଲିଟର ମହୁଲ ପୋଚ ଏବଂ 400 ଲିଟର ହାତରନ୍ଧା ଦେଶୀମଦ ଜବତ କରି ନଷ୍ଟ କରିଥିଲେ ଅବକାରୀ ବିଭାଗ । ମାତ୍ର ଚଢାଉ ବେଳେ କେହି ଅଭିଯୁକ୍ତ ଧରା ପଡିନଥିବା ସୂଚନା ମିଳିଛି। ଏହି ଚଢାଉରେ ଅବକାରୀ ଏଏସଆଇ ଜଗବନ୍ଧୁ ଯାନୀ, ଆକ୍ରମ ଖାନ, ଗାତୁଲ ନାୟକ, ଉମେଶ ହରିଜନ, ଦେବେନ୍ଦ୍ର ସାମରଥ, ଶ୍ରୀକାନ୍ତ ବିଷୋୟୀ ଏବଂ ସଦାଶିବ ଭତରା ପ୍ରମୁଖ ସାମିଲ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details