ନବରଙ୍ଗପୁର: ଗରିବ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଣୟନ କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏହି ଯୋଜନାରେ ମାଧ୍ୟମରେ ଅସହାୟ ତଥା ଚାଳ ଛପର ଘରେ ରହୁଥିବା ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର। ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ ପ୍ରଥମେ ୨୦ହଜାର ଟଙ୍କା ଓ ତାପରେ ୩୫ ହଜାର ଟଙ୍କା ଦେବା ପରେ ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି।
ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଳକର ବଡଆମଡା ପଞ୍ଚାୟତରେ ୨୦୧୭-୧୮ ମସିହାରେ କାଉମର ଗାଁ, କିଡରିପାଲି, ଅଞ୍ଚଳା ଏବଂ ବଡଆମଡାର 17 ଜଣ ହିତାଧିକାରୀଙ୍କୁ ମିଳିଥିଲା କାର୍ଯ୍ୟାଦେଶ। ହେଲେ ଘର ନିର୍ମାଣ ପାଇଁ ସହାୟତା ରାଶି ମିଳିନଥିବା ବେଳେ ଧାର କରଜ କରି ସେମାନେ ଘର ନିର୍ମାଣ କରିଛନ୍ତି। ଫଳରେ ସେମାନେ ନାନା ହଇରାଣ ହରକତର ସାମ୍ନା କରୁଥିବା ବେଳେ ଏନେଇ ପ୍ରଶାସନକୁ ଜଣାଇଥିଲେ। ଏଥିପ୍ରତି ପ୍ରଶାସନ କର୍ଣ୍ଣପାତ କରୁନଥିବାର ଅଭିଯୋଗ କରିଛନ୍ତି ହିତାଧିକାରୀ।