ଓଡିଶା

odisha

ETV Bharat / state

ଆଦିବାସୀ ଅଳଙ୍କାର ଓ ଚିତ୍ରକଳାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ଷ୍ଟଲ ବୁଲି ଦେଖିଲେ, ମହିଳାଙ୍କ ସହ କଥାହେଲେ - ନବରଙ୍ଗପୁର ଆଦିବାସୀ କଳାକୁ ପ୍ରଶଂସା ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡ଼ିୟମ ଠାରେ ଆୟୋଜିତ ଆଦିବାସୀ ମେଳାରେ ନବରଙ୍ଗପୁର ଆଦିବାସୀ କଳାର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀରେ ଆଦିବାସୀ ମେଳା ଅନୁଷ୍ଠିତ
adivasi mela in delhi

By

Published : Feb 20, 2023, 10:45 PM IST

ଆଦିବାସୀ ଅଳଙ୍କାର ଓ ଚିତ୍ରକଳାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନବରଙ୍ଗପୁର:ଆଦିବାସୀ ଅଳଙ୍କାର ଓ ଚିତ୍ରକଳାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡ଼ିୟମ ଠାରେ ଆୟୋଜିତ ଆଦିବାସୀ ମେଳାରେ ନବରଙ୍ଗପୁରର ଆଦିବାସୀ ଅଳଙ୍କାର ଓ ଚିତ୍ରକଳାକୁ ନେଇ ଏକ ଷ୍ଟଲ ସ୍ଥାନିତ ପାଇଛି । ଆଦିବାସୀ ଅଳଙ୍କାର ଓ ଚିତ୍ରକାଳକୁ ଦେଖି ପ୍ରଧାନମନ୍ତ୍ରୀ ମୋଦି ବେଶ ଖୁସି ହେବା ସହ ଆଦିବାସୀ ମହିଳାଙ୍କ ସହ ବାର୍ତ୍ତାଳାପ କରିଥିଲେ । ସେମାନଙ୍କ ସହ କଥା ହୋଇ ଜୟ ଜଗନ୍ନାଥ ବୋଲି କହିଥିଲେ ମୋଦି ।

ଏହା ମଧ୍ୟ ପଢ଼ନ୍ତୁ:Budget Session: କାଲିଠୁ ବଜେଟ ଅଧିବେଶନ, ବିଧାନସଭା ଜଗିବେ 30 ପ୍ଲାଟୁନ ଫୋର୍ସ

ଗତ 16ରୁ ଦିଲ୍ଲୀ ସ୍ଥିତ ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡ଼ିୟମ ଠାରେ ଆୟୋଜିତ ହୋଇଥିବା ଆଦିବାସୀ ମେଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ଅଳଙ୍କାର ଓ ଆଦିବାସୀ ଚିତ୍ରକଳାର ଷ୍ଟଲକୁ ପରିଦର୍ଶନ କରିଥିଲେ । ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ଚୁରାହାଣ୍ଡି ଗ୍ରାମର ଆଦିବାସୀ ଅଳଙ୍କାର ତିଆରି କରୁଥିବା ପଦ୍ମିନୀ ଖାତି ଓ ନବରଙ୍ଗପୁର ସହର ଉପକଣ୍ଠରେ ରହୁଥିବା ମହିଳା ବୃନ୍ଦା ଭତ୍ରାଙ୍କ ଚିତ୍ର କଳା ଏହି ଷ୍ଟଲରେ ପ୍ରଦର୍ଶିତ ହୋଇଅଛି ।

ଏହା ମଧ୍ୟ ପଢ଼ନ୍ତୁ:Country's Youngest Organ Donor: ବାପାଙ୍କୁ ଯକୃତ ଦାନ କଲେ 17 ବର୍ଷିୟା ଝିଅ

ପ୍ରଧାନମନ୍ତ୍ରୀ ମୋଦି ଉଭୟ ଅଳଙ୍କାର ଓ ଚିତ୍ରକଳାକୁ ଦେଖି ଖୁସି ହେବା ସହ ଉଭୟ ମହିଳାଙ୍କ ସହିତ ବାର୍ତ୍ତାଳପ କରିଥିଲେ । ସେମାନଙ୍କ ଠିକଣା, ଶିକ୍ଷାଗତ ଯୋଗ୍ୟତା ସଂକ୍ରାନ୍ତରେ ପଚାରି ବୁଝି ଆଲୋଚନା କରିଥିଲେ । ପରିଶେଷରେ ଖୁସି ହୋଇ ଜୟ ଜଗନ୍ନାଥ କହି ଫେରିଥିଲେ ବୋଲି କହିଛନ୍ତି ପଦ୍ମିନୀ ଭତ୍ରା । ସେହିପରି ଭାବେ ଏହି ମେଳାରେ ନବରଙ୍ଗପୁର ଜିଲ୍ଲା ମୁଣ୍ଡାଗଡ ଗ୍ରାମର ନବରଙ୍ଗୀ ଭାରତ ହସ୍ତତନ୍ତ ପକ୍ଷରୁ ବୁଣାଯାଉଥିବା ନବରଙ୍ଗୀ ଶାଢ଼ୀ ବି ସ୍ଥାନିତ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ:Taj Mahotsav 2023: ଆଜିଠୁ ୧୦ ଦିନ ଯାଏଁ ଚାଲିବ ମହୋତ୍ସବ, ମଜା ନେବେ ପର୍ଯ୍ୟଟକ

ସୂଚନା ଥାଉକି, ଚଳିତ ଫେବୃଆରୀ 16ରୁ 27 ତାରିଖ ପର୍ଯ୍ୟନ୍ତ ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି । ଏହି ମେଳାରେ ଭାରତର ବିଭିନ୍ନ ଅଞ୍ଚଳରୁ ଆଦିବାସୀ ସଂଗଠନ ଯୋଗଦେଇଛନ୍ତି । ଏହି ମେଳାରେ ପ୍ରାୟ 200ରୁ ଅଧିକ ଷ୍ଟଲ ସ୍ଥାନ ପାଇଛି । 1000ରୁ ଅଧିକ ଆଦିବାସୀ କଳାକାର ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେମାନଙ୍କ ଲୋକନୃତ୍ୟ ମଧ୍ୟ ପରିବେଷଣ କରିବେ ।

ABOUT THE AUTHOR

...view details