ଓଡିଶା

odisha

ପାଇପ ରାସ୍ତା ସାଜିଛି ଯାତାୟତ ମାଧ୍ୟମ, ସ୍ୱପ୍ନ ପାଲଟିଛି ମୁରାନ ନଦୀ ଉପରେ ସେତୁ ନିର୍ମାଣ

ନବରଙ୍ଗପୁର ଜିଲ୍ଲାରେ ବିଜୁ ସେତୁ ଯୋଜନା ଲୋକଙ୍କ କାମରେ ଆସୁନି। କୋରାପୁଟ ଓ ନବରଙ୍ଗପୁରକୁ ଯୋଡ଼ୁଥିବା ଏକ ନଦୀ ଉପରେ ସେତୁ ନିର୍ମାଣ ହୋଇ ପାରୁନି । ପାଇପ ରାସ୍ତାରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । ଅଧିକ ପଢନ୍ତୁ

By

Published : Apr 7, 2023, 4:12 PM IST

Published : Apr 7, 2023, 4:12 PM IST

ପାଇପ ରାସ୍ତା ସାଜିଛି ଯାତାୟତ ମାଧ୍ୟମ
ପାଇପ ରାସ୍ତା ସାଜିଛି ଯାତାୟତ ମାଧ୍ୟମ

ପାଇପ ରାସ୍ତା ସାଜିଛି ଯାତାୟତ ମାଧ୍ୟମ

ନବରଙ୍ଗପୁର: ନଦୀ ଉପରେ ହ୍ୟୁମ ପାଇପ ରାସ୍ତା । ମୁରାନ ନଦୀ ସାଜିଛି ଦୁଇ ଜିଲ୍ଲାର ପାଚେରୀ । ଆଉ ଏହି ନଦୀ ଉପରେ ହ୍ୟୁମ ପାଇପ ପକାଇ ତିଆରି କରାଯାଇଛି ରାସ୍ତା । ସେଇ ରାସ୍ତା ପାଲଟିଛି ଦୁଇ ଜିଲ୍ଲା ମଧ୍ୟରେ ଯୋଗାଯୋଗର ମାଧ୍ୟମ । ଉଭୟ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କିଛି ବ୍ଲକର ଅଧିବାସୀ ନିତିଦିନ ଏହି ରାସ୍ତା ଦେଇ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ...ଜୁନ 15 ସୁଦ୍ଧା ଲୋକାର୍ପିତ ହେବ ନେତାଜୀ ବସ ଟର୍ମିନାଲ

ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ଯୋଗାଯୋଗ କରାଇଛି ନଦୀ ଉପରେ ତିଆରି ହୋଇଥିବା ଏକ ବିପଦ ଶଙ୍କୁଳ ରାସ୍ତା । ବେପାର ବାଣିଜ୍ୟ କରିବା ପାଇଁ ହେଉ କି ମେଡିକାଲ ସୁବିଧା ଉଭୟ ପାର୍ଶ୍ବର ଲୋକେ ପରସ୍ପର ଜିଲ୍ଲା ଉପରେ ସବୁବେଳେ ନିର୍ଭର କରିଥାନ୍ତି । କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଏକ ବଡ଼ ବ୍ଲକ ହୋଇଥିବା ବେଳେ ସେଠାକୁ ଯିବା ହ୍ୟୁମ ପାଇପ ପଡ଼ିଥିବା ରାସ୍ତା ସିଧାସଳଖ ଯୋଗାଯୋଗ କରାଇ ପାରୁଛି । ଯିବା ଆସିବା ପାଇଁ ଦୂରତ୍ବ କମିବା ସହ ସମୟ ଓ ଶ୍ରମ ମଧ୍ୟ ବଞ୍ଚି ଯାଉଛି । କିନ୍ତୁ ବିଡ଼ମ୍ବନାର ବିଷୟ ଏହି ରାସ୍ତା କେବଳ 4 ମାସ ପାଇଁ ଲୋକ ବ୍ୟବହାର କରି ପାରୁଛନ୍ତି । ଏଠାରେ ଖଣ୍ଡିଏ ପୋଲ ତିଆରି ହୋଇ ପାରୁନଥିବାରୁ ନିଜସ୍ବ ଖର୍ଚ୍ଚରେ ଏଠାରେ ମାଟି ରାସ୍ତା ତିଆରି କରି ଯାଆ ଆସ କରୁଛନ୍ତି ସ୍ଥାନୀୟ ଲୋକେ । ଜୁନ ମାସ ପରେ ଏହି ରାସ୍ତା ଧୋଇ ହୋଇ ଯାଏ। ସାମାନ୍ୟ ବର୍ଷା ହେଲେ ବି ନଦୀର ବଢ଼ୁଥିବା ଜଳ ସ୍ତର ଲୋକଙ୍କ ପାଇଁ ବିପଦ ସାଜିଥାଏ ।

ଉକ୍ତ ନଦୀ ଉପରେ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଇନ୍ଦାନପୁର ଗ୍ରାମବାସୀ ନିଜ ଖର୍ଚ୍ଚରେ ନଦୀ ଉପରେ ହ୍ୟୁମ ପାଇପ ପକାଇ ଉପରେ ମାଟି ଦେଇ ରାସ୍ତା ତିଆରି କରିବା ସହ ସେଇ ରାସ୍ତା ଦେଇ ଯାଉଥିବା ଗାଡି ମୋଟର ଠାରୁ ଟଙ୍କା ମଧ୍ୟ ଆଦାୟ କରୁଛନ୍ତି । ତେବେ ଅଞ୍ଚଳବାସିଙ୍କ ଦୀର୍ଘ ଦିନର ଦାବି ହେଉଛି ଦୁଇ ଜିଲ୍ଲାକୁ ସଂଯୋଗ ପାଇଁ ଏହାକୁ ବିଜୁ ସେତୁ ଯୋଜନାରେ ସାମିଲ କରାଇ ତୁରନ୍ତ ଏକ ସେତୁ ନିର୍ମାଣ କରାଯାଉ । କିନ୍ତୁ ଆଜି ଯାଏଁ ଏଠାରେ ସେତୁଟିଏ ନିର୍ମାଣ ହୋଇ ପାରିନି । ଫଳରେ ବର୍ଷା ଦିନ ପରେ ଲୋକଙ୍କୁ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯିବାକୁ ଦୀର୍ଘତମ ରାସ୍ତା ଆପଣାଇବାକୁ ପଡ଼ୁଛି ।

ଏହା ବି ପଢନ୍ତୁ...ଛତ୍ର ବଜାରର ନୂଆ ରୂପ ଅର୍ବାନ ହାଟ, ବ୍ୟବସାୟୀଙ୍କ ପାଇଁ ରହିଛି 550 ପିଣ୍ଡି

ଏନେଇ ଆମ ପ୍ରତିନିଧି ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିଥିଲେ । ସେ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଡ଼ିଓ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ଏନେଇ ଏକ ପସ୍ତାବ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇ ତୁରନ୍ତ ସେଠାରେ ଲୋକଙ୍କ ହିତରେ ସେତୁ ନିର୍ମାଣ କରାଯିବ । କେବେ ସେତୁ ନିର୍ମାଣ ହେଉଛି ଓ ଲୋକଙ୍କ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details