ନବରଙ୍ଗପୁର: ଜିଲ୍ଲାର ଡାବୁଗାଁ ବ୍ଲକ ଅଧୀନ ଚଚରାଗୁଡା ପଞ୍ଚାୟତର ଡ଼ୁମାଗୁଡାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି l ଡ଼ୁମାଗୁଡାର ଆଦିବାସୀ ନିକଟସ୍ଥ ଏକ ଚୁଆ ପାଣିକୁ ଦୈନିକ ବ୍ୟବହାର କରୁଛନ୍ତି l
ଡ଼ୁମାଗୁଡାରେ 13 ଟି ପରିବାର ବସବାସ କରନ୍ତି l ଡୁମାଗୁଡାର ଆଦିବାସୀମାନେ ଅନେକଥର ପାନୀୟ ଜଳ ପାଇଁ ନଳକୂପ ନିମନ୍ତେ ପ୍ରଶାସନ ନିକଟରେ ଜଣାଇଥିଲେ ମଧ୍ୟ କିଏ କର୍ଣ୍ଣପାତ କରୁନାହାଁନ୍ତି l ସେହିପରି ଉକ୍ତ ଅଞ୍ଚଳରେ ବିଜୁଳି ଆଲୁଅର ମଧ୍ୟ ଵ୍ୟବସ୍ଥା ନାହିଁ l