ଓଡିଶା

odisha

ETV Bharat / state

ରାସ୍ତା ନଥିବାରୁ ଆସିଲାନି ଆମ୍ବୁଲାନ୍ସ, ଶଗଡରେ ବୁହାହେଲେ ରୋଗୀ - ନବରଙ୍ଗପୁର ରୋଗୀ ଶଗଡ ବୁହା ନ୍ୟୁଜ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତ ବଦେଳପାଣି ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନାହିଁ । ଶେଷରେ ଅନ୍ୟ ଉପାୟ ନପାଇ ମାଟି କାଦୁଆ ରାସ୍ତାରେ ଶଗଡରେ ୫ କି.ମି ବୁହାହେଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗଲେ ୩ ଝାଡା ବାନ୍ତି ରୋଗୀ । ଅଧିକ ପଢନ୍ତୁ...

ଶଗଡରେ ବୂହା ହେଲେ ରୋଗୀ
ଶଗଡରେ ବୂହା ହେଲେ ରୋଗୀ

By

Published : Dec 12, 2020, 10:53 AM IST

ନବରଙ୍ଗପୁର: ଶଗଡରେ ବୁହା ହୋଇ ମେଡିକାଲ ଗଲେ ରୋଗୀ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତ ବଦେଳପାଣି ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନାହିଁ । ଶେଷରେ ଅନ୍ୟ ଉପାୟ ନପାଇ ମାଟି କାଦୁଆ ରାସ୍ତାରେ ଶଗଡରେ ୫ କି.ମି ବୁହାହେଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗଲେ ୩ ଝାଡା ବାନ୍ତି ରୋଗୀ ।

ଶଗଡରେ ବୂହା ହେଲେ ରୋଗୀ

ମିଳିଥିବା ସୂଚନା ଅନୁସାରେ, ବୋଦେଳପାଣି ଗ୍ରାମର କୁଳେ ସାନ୍ତା (୨୮) କାତି ସାନ୍ତା(୬୦) ଏବଂ ଘନ ସାନ୍ତା(୧୮) ଙ୍କର ଝାଡା ବାନ୍ତି ହେବାରୁ ସେମାନେ ଗୁରୁତର ହୋଇ ପଡିଥିଲେ । ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେବା ପାଇଁ ପରିବାର ଲୋକେ ଏବଂ ଗ୍ରାମବାସୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।

ରାସ୍ତା ଖରାପ ଥିବା ଯୋଗୁଁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଏପଟେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା । ଏଣୁ ଗ୍ରାମବାସୀ କୌଣସି ଉପାୟ ନପାଇ ଏକ ଶଗଡଗାଡି ସାହାଯ୍ୟରେ ୫ କି.ମି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସେମାନଙ୍କୁ ନେଇଥିଲେ । ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ABOUT THE AUTHOR

...view details