ଓଡିଶା

odisha

ETV Bharat / state

ପ୍ରବଳ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ପାଇକମାଳ ବ୍ଲକର ଖପସିବାଞ୍ଜି ଗାଁ - ବାହ୍ୟ ଜଗତରୁ ବିଚ୍ଛିନ୍ନ ଖପସିବାଞ୍ଜି ଗାଁ

ସ୍ଥାନୀୟ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା । ପ୍ରଭାବରେ ଖପସିବାଞ୍ଜି ଗ୍ରାମର ବହୁ ଚାଷ ଜମି ବର୍ଷା ପାଣି ଭିତରେ ବୁଡି ପୋଖରୀରେ ପରିଣତ ହୋଇଛି । ଫଳରେ ନଷ୍ଟ ହୋଇଛି ଶହ ଶହ ଏକର ଚାଷ ଜମିର ଫସଲ । ଅଧିକ ପଢନ୍ତୁ...

heavy rain in bargarh, flood like situation in bargarh, khapsibanji disconnected from outer world for rain, bargarh latest news, ବରଗଡରେ ପ୍ରବଳ ବର୍ଷା, ବରଗଡରେ ବନ୍ୟା ପରିସ୍ଥିତି, ବାହ୍ୟ ଜଗତରୁ ବିଚ୍ଛିନ୍ନ ଖପସିବାଞ୍ଜି ଗାଁ, ବରଗଡ ଲାଟେଷ୍ଟ ନ୍ୟୁଜ୍‌
ପ୍ରବଳ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ପାଇକମାଳ ବ୍ଲକ ଖପସିବାଞ୍ଜି ଗାଁ

By

Published : Aug 18, 2020, 1:09 PM IST

ବରଗଡ: ସ୍ଥାନୀୟ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା । ପ୍ରଭାବରେ ଖପସିବାଞ୍ଜି ଗ୍ରାମର ବହୁ ଚାଷ ଜମି ବର୍ଷା ପାଣି ଭିତରେ ବୁଡି ପୋଖରୀରେ ପରିଣତ ହୋଇଛି । ଫଳରେ ନଷ୍ଟ ହୋଇଛି ଶହ ଶହ ଏକର ଚାଷ ଜମିର ଫସଲ । ଗତ ଦୁଇ ଦିନ ହେବ ଲଗାତାର ବର୍ଷା କାରଣରୁ ପାଇକମାଳ ଅଞ୍ଚଳରେ ଲୋକଙ୍କ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଛି ।

ପ୍ରବଳ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ପାଇକମାଳ ବ୍ଲକ ଖପସିବାଞ୍ଜି ଗାଁ

ତେବେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଜିଲ୍ଲାର ପଦ୍ମପୁର ଓ ପାଇକମାଳ ଅଞ୍ଚଳରେ ଗତ ଦୁଇ ଦିନ ହେଲା ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ସୋମବାର ତୃତୀୟ ଦିନରେ ମଧ୍ୟ ପାଇକମାଳ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ପାହାଡ ପାଦ ଅଞ୍ଚଳ ଗ୍ରାମମାନଙ୍କରେ ପ୍ରବଳ ପାଣି ମାଡି ଯାଇ ବନ୍ୟା ପରିସ୍ଥିତି ଉପୁଜିଛି । ସେପଟେ ଗ୍ରାମର ରାସ୍ତା ପାଣି ଭିତରେ ବୁଡି ରହିଥିବା ବେଳେ ଲୋକଙ୍କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇପଡିଛି । ରାସ୍ତାର ଉଭୟ ପାର୍ଶ୍ଵରେ ରହିଥିବା ଚାଷ ଜମିଗୁଡିକ ବର୍ଷାପାଣିରେ ବୁଡି ରହିଛି ।

ଏମିତିରେ ବହୁ ଗରିବ ଚାଷୀମାନଙ୍କର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇପଡିଥିବା ବେଳେ ଆଉ ସେହି ଜମିମାନଙ୍କରେ ପୁନଃ ଚାଷ କରାଯିବା ଅସମ୍ଭବ ହୋଇପଡିଛି । ଅନ୍ୟପଟେ ରାସ୍ତା ଘାଟ ସବୁ ବନ୍ୟା ପାଣିରେ ଖାଇ ଯାଇଥିବା ବେଳେ ଖପସିବାଞ୍ଜି ଗ୍ରାମ ବାହ୍ୟ ଜଗତଠାରୁ ବିଚ୍ଛିନ୍ନ ହୋଇପଡିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details