ଓଡିଶା

odisha

ETV Bharat / state

ନବରରଙ୍ଗପୁରରେ ପିଆଜ ଦର ଆକାଶ ଛୁଆଁ, ଗ୍ରାହକ ଅସନ୍ତୋଷ - ପିଆଜ ଦର ଆକାଶ ଛୁଆଁ

ଦିନକୁ ଦିନ ପିଆଜ ଦର ବୃଦ୍ଧି ପାଉଛି । ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ପିଆଜ ଦର ଆକାଶ ଛୁଆଁ ହେଲାଣି । ବେପାରୀମାନେ ପିଆଜ କିଲୋ ପିଛା 50ରୁ 55 ଟଙ୍କାରେ ବିକ୍ରି କରୁଛନ୍ତି । ଏନେଇ ଖାଉଟି ଯୋଗାଣ ବିଭାଗ ଅଣ୍ଟାଭିଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Sep 23, 2019, 2:36 PM IST

ନବରରଙ୍ଗପୁର: ଜିଲ୍ଲାରେ ପିଆଜ ଦର ଆକାଶ ଛୁଆଁ । ପିଆଜ କଲୋ ପିଛା ୫୦ ଟଙ୍କାରୁ ୫୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି ବେପାରୀ । ସେଭଳି ଗ୍ରାମାଞ୍ଚଳରେ ପିଆଜ ଦର ୬୦ ଟଙ୍କାରୁ ଊର୍ଦ୍ଧ୍ବ ଦରରେ ବିକ୍ରି ହେଉଛି । ଏଭଳି ଦର ବୃଦ୍ଧି ପାଇବା ପରେ ଖାଉଟି ପିଆଜ 1 କିଲୋ ନେବା ପରିବର୍ତ୍ତେ ଅଧାକିଲୋ ନେଉଛନ୍ତି ।


ଦିନକୁ ଦିନ ପିଆଜ ଦର ବୃଦ୍ଧି ପାଉଥିବାବେଳେ ଦର ନିୟନ୍ତ୍ରଣ ପାଇଁ ଖାଉଟି ଯୋଗାଣ ବିଭାଗ ଅଣ୍ଟା ଭିଡ଼ିଛି । ସୋମବାର ଏସିସିଓ ଦୁର୍ଗା ପ୍ରସାଦ ମାଝୀ, ମନୋଜ କୁମାର ଦାସ, ଯୋଗଣ ନିରୀକ୍ଷକ ରାଜେଶ କୁମାର ଶବର, ନବରରଙ୍ଗପୁର ସହରରେ ଥିବା ୭ଟି ପିଆଜ ହୋଲସେଲ ଦୋକାନକୁ ଯାଇ ପିଆଜଦର ନିୟନ୍ତ୍ରଣ ନେଇ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


ସେହିପରି ଖୁଚୁରା ବ୍ୟବସାୟୀମାନେ ଯେଉଁଭଳି ଖାଉଟିଙ୍କୁ ପିଆଜ କିଲୋ ୪୮ ଟଙ୍କାରେ ବିକ୍ରି କରିବେ, ସେ ନେଇ ତାଗିଦ ମଧ୍ୟ କରାଯାଇଥିଲା । ଅନ୍ୟପଟେ ପିଆଜ ଦର ବୃଦ୍ଧି ପାଇଥିବାରୁ ଯୋଗାଣ ବିଭାଗ ପକ୍ଷରୁ ସୁଲଭ ଦରରେ ପିଆଜ ଯୋଗାଇଦେବା ପାଇଁ ଖାଉଟିମାନେ ଅନୁରୋଧ କରିଛନ୍ତି ।


ନବରରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details