ଓଡିଶା

odisha

ETV Bharat / state

ଜ୍ୱରରେ ପୀଡିତ ଛାତ୍ରୀଙ୍କ ମୃତ୍ୟୁ

ନବରଙ୍ଗପୁରରେ ଜ୍ୱରରେ ପୀଡିତ ହୋଇ ପ୍ରାଣ ହରାଇଲେ ସ୍କୁଲର ଜଣେ ଛାତ୍ରୀ । ମୃତକଙ୍କ ନାମ କାମଳା ଗୌଡ଼ ।

By

Published : Mar 30, 2019, 11:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ କୋଇଲାରୀ କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ଅଘଟଣ । ଜ୍ୱରରେ ପୀଡିତ ହୋଇ ପ୍ରାଣ ହରାଇଲେ ସ୍କୁଲର ଜଣେ ଛାତ୍ରୀ । ମୃତକଙ୍କ ନାମ କାମଳା ଗୌଡ଼ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ମୁତାବକ, ଗତକାଲି ରାତିରେ କମଳାଙ୍କୁ ପ୍ରବଳ ଜ୍ୱର ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷତାଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ଚିକିତ୍ସାରେ କୌଣସି ଅବହେଳା ବା ତ୍ରୁଟି କରି ନ ଥିବା ପ୍ରକାଶ କରିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । ସେପଟେ କମଳା ବହୁଦିନରୁ ଜ୍ବରରେ ପୀଡିତା ଥାଇପାରନ୍ତି ଏବଂ ତାଙ୍କୁ ଶେଷ ସମୟରେ ମେଡିକାଲକୁ ଅଣାଯାଇଥିବା ମେଡିକାଲ କର୍ତ୍ତୃପକ୍ଷସୂଚନା ଦେଇଛନ୍ତି ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details