ଓଡିଶା

odisha

ETV Bharat / state

6 କିମି ଭାରରେ ବୁହା ହେଲେ ରୋଗୀ, ପହଞ୍ଚି ପାରିଲାନି ଆମ୍ବୁଲାନ୍ସ - ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର ସର୍ଗିପାଣି ଗ୍ରାମରେ ଦୀର୍ଘ ୬ କିଲୋମିଟର ଭାରରେ ବୁହା ହେଲେ ରୋଗୀ । ଗାଁ କୁ ରାସ୍ତା ନଥିବା ଯୋଗୁଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Sep 24, 2019, 6:14 AM IST

ନବରଙ୍ଗପୁର: ପୁଣି ଭାରରେ ବୁହା ହେଲେ ରୋଗୀ । ଗାଁ କୁ ରାସ୍ତା ନଥିବା ଯୋଗୁଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଦୀର୍ଘ ୬ କିଲୋମିଟର ଭାରରେ ବୁହା ହେଲେ ରୋଗୀ । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର ସର୍ଗିପାଣି ଗ୍ରାମରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନାନୁଯାୟୀ, ସର୍ଗିପାଣି ଗ୍ରାମର ସାମ ସନ୍ତା ତିନି ଦିନ ହେଲା ଅସୁସ୍ଥ ଥିବାରୁ ତାଙ୍କୁ ଝରିଗାଁ ସ୍ବାସ୍ଥ୍ୟ କେନ୍ଦ୍ର ଆଣିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁ କୁ ରାସ୍ତା ନଥିବାରୁ ଛଅ କିଲୋମିଟର ଦୂର ଫୁଲଝରି ଗାଁ ନିକଟରେ ଆମ୍ବୁଲାନ୍ସ ଅଟକି ଯାଇଥିଲା । ଶେଷରେ ଗ୍ରାମବାସୀ ସାମ ସନ୍ତାଙ୍କୁ ଭାର କରି ପଥରିଆ ପାଦଚଲା ରାସ୍ତାରେ ଚାଲି ଚାଲି ପ୍ରାୟ ଛଅ କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥିଲେ ।

ସେଠାରୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ସୀମା ସାନ୍ତାଙ୍କୁ ଭର୍ତ୍ତି କରିଥିଲେ । ଝରିଗାଁ ବ୍ଲକରେ ଅନେକ ଗାଁ ମାନଙ୍କରେ ରାସ୍ତା ନଥିବା ଯୋଗୁଁ କିମ୍ବା ରାସ୍ତା ଖରାପ ହେତୁ ଗର୍ଭବତୀ ମହିଳା ଅବା ଅନ୍ୟାନ୍ୟ ରୋଗୀ ମାନଙ୍କୁ ଖଟିଆ ବା ଭାରରେ ବୁହା ହେବା ଭଳିଆ ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details