ନବରଙ୍ଗପୁର: ଜିଲ୍ଲାର ଡାବୁଗାଁ ବ୍ଲକ ମେଦେନା ଗ୍ରାମ ପଞ୍ଚାୟତର ସିନ୍ଧିକାଗୁଡା ଗ୍ରାମରୁ ବଡ଼ନି ଅଭିମୁଖେ ଯାଉଥିବା ମକା ବୋଝେଇ ୪୦୭ ଗାଡିଟି ଭାରସାମ୍ୟ ହରାଇ ୧୭ ବର୍ଷର ନାବାଳକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ଘଟିଛି । ଏହି ଖବର ପ୍ରଘଟ ହେବାପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।
ମକା ବୋଝେଇ ୪୦୭ ଧକ୍କାରେ ନାବାଳକର ମୃତ୍ୟୁ - Nabarangpur 407 accident one dead
ଡାବୁଗାଁ ବ୍ଲକ ମେଦେନା ଗ୍ରାମ ପଞ୍ଚାୟତର ସିନ୍ଧିକାଗୁଡା ଗ୍ରାମରୁ ବଡ଼ନି ଅଭିମୁଖେ ଯାଉଥିବା ମକା ବୋଝେଇ ୪୦୭ ଗାଡିଟି ଭାରସାମ୍ୟ ହରାଇ ୧୭ ବର୍ଷର ନାବାଳକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ
ଘଟଣାରୁ ପ୍ରକାଶ ଯେ, ସିନ୍ଧିକାଗୁଡା ଗ୍ରାମର ସ୍ବର୍ଗତ ଶ୍ୟାମ ଗୌଡ଼ର ମୃତ୍ୟୁ ପରେ ମା’ କଚରି ଗୌଡ଼ ଦୁଇ ପୁଅଙ୍କୁ ସହ ରହୁଥିଲେ । ଗରିବ ପରିବାରରେ ମୂଲଲାଗି ପରିବାର ପ୍ରତିପୋଷଣ କରୁଥିବା ଏହି ପରିବାର ଉପରେ ଦୁଃଖର କଳା ବାଦଲ ଘୋଟି ଆସିଛି । ଏଣୁ ପ୍ରଶାସନ ନାବାଳକର ମୃତ୍ୟୁ ପାଇଁ ଗରିବ ପରିବାରକୁ ସରକାରୀ ସହାୟତା ସହ କ୍ଷତିପୂରଣ ବାବଦକୁ ସେହି ପରିବାରକୁ ୪୦୭ ଗାଡି ମାଲିକ ପର୍ଯ୍ୟାପ୍ତ ପରିମାଣର ସହାୟତା ରାଶି ଯୋଗାଇ ଦେବାକୁ ଜନସାଧାରଣରେ ଦୃଢ଼ ଦାବି ହେଉଛି । ଦୁର୍ଘଟଣା ସ୍ଥାନରୁ ଡ୍ରାଇଭର ଗାଡି ଛାଡି ଫେରାର ହୋଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ