ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ଠିକା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଯୁବକ ଗିରଫ - ନବରଙ୍ଗପୁରରେ ଠିକା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଜଣେ ଗିରଫ

ନବରଙ୍ଗପୁରରେ ରାସ୍ତାକାମରେ ନିୟୋଜିତ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ ଉଦ୍ୟମରେ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଠିକା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଜଣେ ଗିରଫ
ନବରଙ୍ଗପୁରରେ ଠିକା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଜଣେ ଗିରଫ

By

Published : Apr 17, 2022, 8:04 AM IST

ନବରଙ୍ଗପୁର: 'ଭାରତ ମାଳା' ଯୋଜନାରେ ରାସ୍ତାକାମରେ ନିୟୋଜିତ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ ଉଦ୍ୟମ । ଜଣଙ୍କୁ ଗିରଫ ସହ ଗୋଟିଏ ବନ୍ଧୁକ ଓ ୪ଟି ଜୀବନ୍ତ ଗୁଳି ଜବତ କଲା କୁନ୍ଦେଇ ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛି ସୁନିଲ ଶଙ୍କର ।

ନବରଙ୍ଗପୁରରେ ଠିକା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଜଣେ ଗିରଫ

ସୂଚନାଅନୁଯାୟୀ 'ଭାରତ ମାଳା' ଯୋଜନାରେ ରାୟପୁର ଠାରୁ ବିଶାଖାପାଟଣା ଯାଏ ରାସ୍ତା କାମ ଚାଲିଛି । ଏହି ରାସ୍ତା ନବରଙ୍ଗପୁର ଜିଲ୍ଲାର କୁନ୍ଦେଇ, ରାଇଘର ଓ ଉମରକୋଟ ଦେଇ ଯାଇଛି । ଏହି ରାସ୍ତା କାମର ଠିକା ସଂସ୍ଥା ତରଫରୁ ଜିଲ୍ଲା କୁନ୍ଦେଇର ଅନେକ କର୍ମଚାରୀ କାମ କରୁଛନ୍ତି । ତେବେ ଗତକାଲି ସନ୍ଧ୍ୟା ସମୟ କୁନ୍ଦେଇ ନିକଟସ୍ଥ ଧୋନରାରେ ଲାଲେ ଖାନ୍ ନାମକ ଜଣେ କର୍ମଚାରୀ ବଜାର କରି ଫେରୁଥିବା ସମୟରେ ହଠାତ ଦୁଇଜଣ ବାଇକରେ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ ଏବଂ ରାସ୍ତାକାମର ମାଲିକ କିଏ ବୋଲି ପ୍ରଶ୍ନ କରିବା ସହ ୫୦ ହଜାର ଟଙ୍କା ଦାବି କରିଥିଲେ । ଏଥି ସହ ଟଙ୍କା ନ ଦେଲେ ଗାଡ଼ି ପୋଡ଼ି ଦେବୁ ଧମକ ଦେଇଥିଲେ।

ତେବେ ଲାଲେ ଖାନ୍ କୌଶଳ କ୍ରମେ ସୁନିଲ ଶଙ୍କର ଧରିଥିବା ବନ୍ଧୁକକୁ ତଳେ ପକାଇ ତାକୁ କାବୁ କରିବାରେ ସଫଳ ହୋଇଥିଲେ । କିନ୍ତୁ ରଞ୍ଜୁ ଗଣ୍ଡ ନାମକ ଆଉ ଜଣେ ବ୍ୟକ୍ତି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ କୁନ୍ଦେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସୁନିଲ ଶଙ୍କରକୁ ଗିରଫ କରିଥିଲା ଓ ବନ୍ଧୁକ ସହ ୪ ଟି ଜୀବନ୍ତ ଗୁଳିକୁ ଜବତ କରିଥିଲା । ଘଟଣାର ଅଧିକ ତଦନ୍ତ ଚାଲିଥିବାରୁ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details