ଓଡିଶା

odisha

ETV Bharat / state

ବିଦ୍ୟୁତ ଆଘାତରେ ଜଣେ ମୃତ, ଜଣେ ଗୁରୁତର

ମୃତକ ଜଣକ ହେଲେ 22 ବର୍ଷୀୟ ଦଲିଲା ହରିଜନ । ଅନ୍ୟପଟେ ଗୁରୁତର ଜଣକ ହେଲେ ଳକ୍ଷ୍ମୀ ପନକାର ବୋଲି ଜଣାପଡିଛି ।

By

Published : Mar 7, 2019, 1:02 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ବିଦ୍ୟୁତ ଆଘାତରେ ଜଣେ ମୃତ, ଜଣେ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଦାବୁଗାଁ ଥାନା ଅନ୍ତର୍ଗତ ନାଗଝଡି ଗ୍ରାମରେ । ମୃତକ ଜଣକ ହେଲେ 22 ବର୍ଷୀୟ ଦଲିଲା ହରିଜନ । ଅନ୍ୟପଟେ ଗୁରୁତର ଜଣକ ହେଲେ ଳକ୍ଷ୍ମୀ ପନକାର ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୌଭିଡିଓ ଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ମିଳିଥିବା ଖବର ଅନୁସାରେ,ଜଙ୍ଗଲ ପଶୁ ଶିକାର କରିବା ପାଇଁ ମକା ବାଡ଼ରେ କରେଣ୍ଟ ତାର ବିଛା ଯାଇଥିବା କାରଣରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ କୁମାର ବିଶୋଇ,ଇଟିଭି ଭାରତ

ABOUT THE AUTHOR

...view details