ଓଡିଶା

odisha

ETV Bharat / state

୨ ମାସର ଛୁଆକୁ ଛାଡି ଚାଲିଗଲା ମା ଭାଲୁ, ଉଦ୍ଧାର କଲା ବନବିଭାଗ - ଛୁଆ ଭାଲୁକୁ ଉଦ୍ଧାର କଲା ବନବିଭାଗ

୨ ମାସର ଭାଲୁ ଛୁଆକୁ ଛାଡି ଚାଲିଗଲା ମା ଭାଲୁ । ଅସୁସ୍ଥ ଭାଲୁ ଛୁଆକୁ କଲଭର୍ଟ ମଧ୍ୟରୁ ଉଦ୍ଧାର କଲା ବନ ବିଭାଗ । ଅଧିକ ପଢନ୍ତୁ

୨ମାସର  ଛୁଆକୁ ଛାଡିଚାଲିଗଲା ମା ଭାଲୁ,  ଉଦ୍ଧାର କଲା ବନବିଭାଗ
୨ମାସର ଛୁଆକୁ ଛାଡିଚାଲିଗଲା ମା ଭାଲୁ, ଉଦ୍ଧାର କଲା ବନବିଭାଗ

By

Published : Feb 1, 2022, 1:21 PM IST

ନବରଙ୍ଗପୁର:ଜନ୍ମ କଲା ୨ ମାସର ଭାଲୁ ଛୁଆକୁ ଛାଡି ଚାଲିଗଲା ମା ଭାଲୁ । ଅସୁସ୍ଥ ଭାଲୁ ଛୁଆକୁ ଉଦ୍ଧାର କଲା ବନ ବିଭାଗ । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମ ମୁଖ୍ୟ ରାସ୍ତାରେ ଥିବା କଲଭର୍ଟରୁ ଭାଲୁ ଛୁଆକୁ ଉଦ୍ଧାର କରି ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଛି ବନବିଭାଗ ।

୨ମାସର ଛୁଆକୁ ଛାଡିଚାଲିଗଲା ମା ଭାଲୁ, ଉଦ୍ଧାର କଲା ବନବିଭାଗ

ସୂଚନାଅନୁଯାୟୀ ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସହ ନବରଙ୍ଗପୁର ମୁଖ୍ୟାଳୟ କୁ ସଂଯୋଗ କରୁଥିବା ରାସ୍ତାରେ ଥିବା କଲଭର୍ଟ ଭିତରେ ପ୍ରାୟ ଦୁଇ ମାସ ହେଲା ଏକ ମା ଭାଲୁ ଛୁଆ ଭାଲୁଟିକୁ ଜନ୍ମ ଦେଇଥିଲା । ଏବଂ ନିଜେ ଛୁଆ ସହ କଲଭର୍ଟ ଭିତରେ ରହିଥିଲା । ଏହା ଏକ ଜନଗହଳି ପୂର୍ଣ୍ଣ ସ୍ଥାନଥିବାରୁ ଅଘଟଣ ଏଡାଇବା ପାଇଁ ବନ ବିଭାଗ କର୍ମଚାରୀ ଦୀର୍ଘ ଦୁଇ ମାସ ଧରି ୨୪ ଘଣ୍ଟା ସୁରକ୍ଷା ଯୋଗାଇ ଆସୁଥିଲେ । ଭାଲୁ ଛୁଆ ବଡ଼ ହୋଇଯାଇଥିବାରୁ ତାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଏକ ଯନ୍ତା ସାହାଯ୍ୟରେ ଉଦ୍ୟମ କରିଥିଲା ବନବିଭାଗ । ଛୁଆ ଭାଲୁ ବାହାରେ ବୁଲୁ ଥିବା ବେଳେ କଲଭର୍ଟ ଭିତରେ ମା ଭାଲୁ ଥିବା ସନ୍ଦେହ କରି ତାକୁ ଧରିବା ପାଇଁ ବନ ବିଭାଗ ଟିମ ଗତକାଲି କଲଭର୍ଟ ସମ୍ମୁଖରେ ଯନ୍ତା ପକାଇ ବସିଥିଲା । କିନ୍ତୁ ମା ଭାଲୁ ଯନ୍ତାକୁ ଆସିନଥିବା ବେଳେ ବାହାରେ ବୁଲୁ ଥିବା ଛୁଆ ଭାଲୁ କଲଭର୍ଟ ଭିତରକୁ ଯାଇଥିଲା ।

ତେବେ ରାତିସାରା ଅପେକ୍ଷା ପରେ ମଧ୍ୟ ଭାଲୁ ବାହାରକୁ ନ ବହାରିବାରୁ ଉଦ୍ଧାର କାରି ଟିମ୍ କଲଭର୍ଟ ଭିତରକୁ ପଶି ଥିଲା, କିନ୍ତୁ ଭିତରେ ମା ଭାଲୁ ନ ଥିବା ବେଳେ ଛୁଆ ଭାଲୁ ଶୋଇ ରହିଥିଲା । ଏହା ପରେ ଛୁଆ ଭାଲୁକୁ ସାଙ୍ଗରେ ନେଇଯାଇ ଏକ ଅଜ୍ଞାତ ସ୍ଥାନରେ ରଖି ତାକୁ ଖାଦ୍ୟ ଦେବାର ବ୍ୟବସ୍ଥା କରୁଛି । ତେବେ ଏବେ ମା ଭାଲୁର ଫେରିବା ଉପରେ ନଜର ରଖିଛି ବନ ବିଭାଗ । ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details