ନବରଙ୍ଗପୁର: ବୟସ 70 ଟପିଲାଣି । ବନ୍ଧୁ ପରିଜନ ପୁଅ ଝିଅ ସମସ୍ତେ ଅଛନ୍ତି ହେଲେ ସାହାରା ପାଲଟିଛି ଶାଳ ବଣ । ଖରା ବର୍ଷା ଶୀତ ସେଇ ଶାଳ ବଣରେ ହିଁ ଦିନ କଟୁଛି । ମୁଣ୍ଡକୁ ଛାତ ହୋଇଛି ଜରି ପାଲ । ରାସ୍ତା କଡ଼ରେ କାଜୁ ଗଛ ତଳେ ପଲିଥିନ କୁଡ଼ିଆରେ ବିତୁଛି ମଣି ଭତ୍ରା ଜୀବନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଛକରେ ଏମିତି ଗଛ ତଳେ ଦୀର୍ଘ ଦିନ ହେବ ରହି ଆସୁଛନ୍ତି ମଣି ଭତ୍ରା । ତାଙ୍କୁ କେହି କେହି ମାନସିକ ବିକାରଗ୍ରସ୍ତ ମଧ୍ୟ କହୁଛନ୍ତି ।
ରାସ୍ତା କଡ଼ରେ କାଜୁ ଗଛ ତଳେ ପଲିଥିନ କୁଡ଼ିଆରେ ବିତୁଛି ବୃଦ୍ଧା ମଣି ଭତ୍ରା ଜୀବନ । ରାତିରେ ଜଙ୍ଗଲୀ ଜନ୍ତୁଙ୍କ ଦୌରାମ୍ୟକୁ ଡର ନାହିଁ । ଗଠ ତଳେ ପଲିଥିନ ଘରେ ଦିନ କାଟୁଛନ୍ତି ମଣି ଭତ୍ରା । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଛକରେ ରହି ଆସୁଛନ୍ତି ବୃଦ୍ଧା ଜଣକ । ସକାଳ ହେଲେ ଏହି ରାସ୍ତା ଦେଇ ହଜାରହଜାର ଗାଡ଼ି ମୋଟର ଯିବା ଆସିବା କରେ ଆଉ ଏହି ରାସ୍ତା କଡ଼ରେ ଜରି ବସ୍ତା ଟାଙ୍ଗୀ ଏକ କାଜୁ ଗଛ ତଳେ ଆଶ୍ରା ନେଇଛନ୍ତି ଜଣେ 70 ବର୍ଷୀୟା ବୃଦ୍ଧା । ପାଖରେ ଜଙ୍ଗଲ ହେଲେ ଜଙ୍ଗଲୀ ଜନ୍ତୁଙ୍କ ଭୟ ଟିକିଏ ହେଲେ ନାହିଁ ।