ଓଡିଶା

odisha

ETV Bharat / state

ଟାଙ୍ଗିଆରେ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ - navarangpur

ଟାଙ୍ଗିଆରେ ବୃଦ୍ଧଙ୍କୁ ହତ୍ୟା । ବିଳମ୍ବିତ ରାତି ତମାମ ମୃତଦେହ ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଗି ରହିଥିବାର ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଅଧିକ ପଢନ୍ତୁ..

old man killed by youth
ଟାଙ୍ଗିଆରେ ବୃଦ୍ଧଙ୍କୁ ହତ୍ୟା ଟାଙ୍ଗିଆରେ ବୃଦ୍ଧଙ୍କୁ ହତ୍ୟା

By

Published : May 26, 2020, 8:22 PM IST

ନବରଙ୍ଗପୁର: ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ହଳଦୀ ଗ୍ରାମ ନିକଟରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଯାଇଛି। ଅଭିଯୁକ୍ତ ଜଣକ ବୃଦ୍ଧଙ୍କୁ ଟାଙ୍ଗିଆ ଓ ଏକ ଧାରୁଆ ଛୁରୀରେ ହାଣି ହତ୍ୟା କରିବା ସହ ବିଳମ୍ବିତ ରାତି ତମାମ ମୃତଦେହ ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଗି ରହିଥିବାର ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା।

ଟାଙ୍ଗିଆରେ ବୃଦ୍ଧଙ୍କୁ ହତ୍ୟା

ସୂଚନାଯୋଗ୍ୟ, ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଜମାଦରପଡା ଗ୍ରାମ ନିବାସୀ ତଥା ଜମାଦାରପଡ଼ାର ଗଣ୍ଡା ମିନିଚାନ୍ଦ୍‌ ଚୌହ୍ଵାନ(୬୫) ସୋମବାର ଚନ୍ଦାହାଣ୍ଡି ଗ୍ରାମର ନିଜ ସମ୍ପର୍କୀୟ ବନ କୁମାର୍‌ ଚୌହ୍ଵାନଙ୍କ ଘରକୁ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ। ତେବେ କୌଣସି ପ୍ରକାରେ ଅଭିଯୁକ୍ତ ହିରଣ୍ୟ ବାଘ ମିନିଚନ୍ଦ୍‌ଙ୍କୁ ହଳଦୀ ଗ୍ରାମସ୍ଥିତ ତାର କୁଡିଆ ପାଖକୁ ଡାକି ନେଇଥିଲା । ଆଉ ସେଠାରେ ଏକ ଟାଙ୍ଗିଆ ଓ ଛୁରୀ ଆଦି ମାରଣାସ୍ତ୍ରରେ ମିନିଚାନ୍ଦଙ୍କୁ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲା। ହତ୍ୟା କରିବା ପରେ ହିରଣ୍ୟ ବାଘ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ବୃଦ୍ଧଙ୍କ ପାଖରେ ରାତି ସାରା ଜଗି ରହିଥିଲା।

ମୃତ ମିନିଚାନ୍ଦ୍‌ଙ୍କ ପୁଅ ଉପେନ୍ଦ୍ର ଚୌହ୍ଵାନ ନିଜ ବାପାଙ୍କ ଫେରିବା ବିଳମ୍ବ ହେଉଥିବା ଦେଖି ସମ୍ପର୍କୀୟଙ୍କ ଘରେ ରାତିରେ ରହିଯାଇଥିବା ଭାବି ଖୋଜାଖୋଜି କରି ନଥିଲେ । ତେବେ ସକାଳେ ମିନିଚାନ୍ଦ୍‌ଙ୍କ ହତ୍ୟା ହୋଇଯାଇଥିବା ଖବର ଶୁଣି ମିନିଚାନ୍ଦ୍‌ଙ୍କ ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ମିନିଚାନ୍ଦ୍‌ଙ୍କ ପରିବାର ଲୋକଙ୍କୁ ଦେଖି ତାଙ୍କୁ ବି ହିରଣ୍ୟ ଆକ୍ରମଣର ଉଦ୍ୟମ କରିଥିଲା । ଏହାପରେ ସ୍ଥାନୀୟ ଥାନା ଅଧିକାରୀ ଅଭୟ ବେହେରାଙ୍କ ନେତୃତ୍ୱରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖିଥିବା ବେଳେ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ହିରଣ୍ୟ ବାଘ ମୃତକଙ୍କ ଗ୍ରାମ ଜମାଦାରପଡ଼ାର ତୁଳସୀରାମ ହାତୀଙ୍କ ଝିଅକୁ ଗତ ଆଠ ନଅ ବର୍ଷ ତଳେ ବିବାହ କରିଥିଲା । ତେବେ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ଝଗଡ଼ା ଲାଗିରହିବା ସହ ନିଜ ସ୍ତ୍ରୀକୁ ସବୁବେଳେ ମାରପିଟ୍‌ କରୁଥିଲା। ଜମାଦାରପଡ଼ାର ଗଣ୍ଡା ଭାବେ ମିନିଚାନ୍ଦ ଚୌହ୍ଵାନ ମଧ୍ୟ ଅନେକ ଥର ଏହି ଦୁଇ ଜଣଙ୍କ ବିବାଦରେ ହୋଇଥିବା ବୈଠକରେ ଗ୍ରାମର ଅନ୍ୟ ଭଦ୍ର ବ୍ୟକ୍ତିଙ୍କ ସହ ଉପସ୍ଥିତ ରହି ନ୍ୟାୟ ନିଷ୍ପତି କରାଉଥିଲେ । ତଥାପି କୌଣସି ପ୍ରକାର ସମାଧାନ ହୋଇପାରି ନଥିଲା । ମୃତ ମିନିଚାନ୍ଦ୍‌ଙ୍କ ପୁଅ ଥାନାରେ ହିରଣ୍ୟ ନାମରେ ମାମଲା ରୁଜୁ କରିଛନ୍ତି। ଚନ୍ଦାହାଣ୍ଡି ଥାନାରେ କେସ ନମ୍ବର ୭୫/୨୦୨୦ ଅନୁଯାୟୀ ଆଇ ପି ସିର ଧାରା ୩୦୨ ଓ ୩୦୭ରେ ମାମଲା ରୁଜୁ କରାଯାଇଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ପରେ ଗାଁ ଶ୍ମଶାନର ସତ୍କାର କରାଯାଇଛି। ବୁଧବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ବୋଲି ଆଇଆଇସି ଅଭୟ ବେହେରା ପ୍ରକାଶ କରିଛନ୍ତି।

ନବରଙ୍ଗପୁର ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details