ନବରଙ୍ଗପୁର:କୁମୁଲି ପଞ୍ଚାୟତ ଟଙ୍ଗପଖନା ଗ୍ରାମରେ ବୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ଟଙ୍କପଖନା ଗ୍ରାମର ରାମସାଇ ଗଣ୍ଡ । ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବାଜରଙ୍ଗି ଗଣ୍ଡ ଘରେ ଦଶାହ କାର୍ଯ୍ୟ ଥିଲା, ଗୁରୁବାର ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଏକ ଭୋଜିର ଆୟୋଜନ କରାଯାଇଥିଲା । ଯେଉଁଥିରେ ରାମସାଇ ଗଣ୍ଡ ଯୋଗ ଦେଇଥିଲେ । ଏହାପରେ ଅପରାହ୍ନ ୩ଟା ସମୟରେ ରାସ୍ତା କଡରେ ରାମସାଇ ଗଣ୍ଡଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ ତାଙ୍କ ଟ୍ରାକ୍ଟର ଡ୍ରାଇଭର । ଏହାପରେ ରାମସାଇଙ୍କ ପୁଅକୁ ଖବର ଦେଇଥିଲେ । ରାମସାଇଙ୍କ ପୁଅ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ ।