ଓଡିଶା

odisha

ETV Bharat / state

ନବରଙ୍ଗପୁରର ସ୍ବାସ୍ଥ୍ୟସେବା ପରଖିଲେ ନୀତି ଆୟୋଗ ଅଧିକାରୀ - ନବରଙ୍ଗପୁର ଖବର

କିପରି ରହିଛି ନବରଙ୍ଗପୁରରେ ସ୍ବାସ୍ଥ୍ୟସେବା, ସେ ନେଇ ଶୁକ୍ରବାର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ନୀତି ଆୟୋଗ ଅଧିକାରୀ ମେଜର ପ୍ରମୋଦ ତୁକାରାମ ବର୍ଗରେ । ସ୍ବାସ୍ଥ୍ୟ ସେବାର ଭିତ୍ତି ଭୂମି, ଆନୁଷଙ୍ଗୀକ ବ୍ୟବସ୍ଥା, ପାଇଁ ଅର୍ଥ ଅନୁଦାନ କିପରି ଖର୍ଚ୍ଚ କରାଯାଉଛି ତାର ସମୀକ୍ଷା କରିଛନ୍ତି ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Aug 2, 2019, 2:43 PM IST

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ସ୍ବାସ୍ଥ୍ୟସେବା ପରଖିଛନ୍ତି ନୀତି ଆୟୋଗ ଅଧିକାରୀ । ନୀତି ଆୟୋଗର ଯୁବ ଅଧିକାରୀ ମେଜର ପ୍ରମୋଦ ତୁକାରାମ ବର୍ଗରେ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ।

ପ୍ରମୋଦ ବର୍ଗରେ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କେଉଁ ମାନରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯାଉଛି ସେ ନେଇ ଡାକ୍ତରଖାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଚିକିତ୍ସାଳୟରେ ବିଭିନ୍ନ ୱାର୍ଡ ଓ ବିଭାଗ ବୁଲି ସେଠାକର ପରିସ୍ଥତି ଅନୁଧ୍ୟାନ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ଦେଶର 100ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ରହିଛି । ତେଣୁ ଏଠାରେ ସ୍ବାସ୍ଥ୍ୟସେବାର ଭିତ୍ତି ଭୂମି, ଆନୁଷଙ୍ଗୀକ ବ୍ୟବସ୍ଥା ପାଇଁ ଆସୁଥିବା ଅନୁଦାନ କିପରି ଖର୍ଚ୍ଚ କରାଯାଉଛି ତାର ସମୀକ୍ଷା କରିଛନ୍ତି ନୀତି ଆୟୋଗ ଅଧିକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

2017-18 ଆର୍ଥିକ ବର୍ଷର ସମସ୍ତ ଆବଶ୍ୟକୀୟ କାଗଜ ପତ୍ର ଓ ରେକର୍ଡ ସେ ଯାଞ୍ଚ କରିଛନ୍ତି । ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟର କର୍ମଚାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details