ଓଡିଶା

odisha

ETV Bharat / state

କୋଭିଡ ହସ୍ପିଟାଲକୁ 10 ଅକ୍ସିଜେନ କନସେନଟ୍ରେଟର ଦେଲା ଓଡ଼ିଶା ରାଇଜିଂ ଫାଉଣ୍ଡେସନ - nabarangapur district news

ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ (ORF) ସଂସ୍ଥା ଦ୍ଵାରା 10 ଟି ଅକ୍ସିଜେନ କନସେନଟ୍ରେଟର ନବରଙ୍ଗପୁର ମୁଖ୍ୟ ଜିଲ୍ଲା ଚିକିତ୍ସାଳୟକୁ ପ୍ରଦାନ କରାଯାଇଛି । ଜିଲ୍ଲାରେ ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତି ଚାଲିଥିବା ବେଳେ ଏହା ବେଶ ସହାୟକ ହେବ ବୋଲି କୁହାଯାଉଛି । ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲକୁ 10 ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କଲା ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ
କୋଭିଡ ହସ୍ପିଟାଲକୁ 10 ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କଲା ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ

By

Published : Jun 30, 2021, 6:33 AM IST

ନବରଙ୍ଗପୁର: ଓଡ଼ିଶା ରାଇଜିଂ ଫାଉଣ୍ଡେସନ (ORF) ସଂସ୍ଥା ଦ୍ଵାରା 10 ଟି ଅକ୍ସିଜେନ କନସେନଟ୍ରେଟର ନବରଙ୍ଗପୁର ମୂଖ୍ୟ ଜିଲ୍ଲା ଚିକିତ୍ସାଳୟକୁ ପ୍ରଦାନ କରାଯାଇଛି । ବିଶେଷଜ୍ଞଙ୍କ ଦ୍ଵାରା କୋଭିଡ-19 ମହାମାରୀର ସମ୍ଭାବ୍ୟ ୩ୟ ଲହରୀ ସତର୍କତା ସୂଚନାକୁ ଆଧାର କରି ଓଡିଶା ସରକାର ଏହାକୁ ସଫଳତାର ସହ ମୁକାବିଲା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆସନ୍ତା ଜୁଲାଇ-ଅଗଷ୍ଟ ମାସରେ ଯାହାର ପ୍ରଭାବ ଆଶଙ୍କା କରାଯାଉଛି । ଏହି ପୂର୍ବାନୁମାନ ଅନୁଯାୟୀ ସ୍ଥାନୀୟ ପ୍ରଶାସନ ତୃଣମୂଳ ସ୍ତରରେ ଅବସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ତରରେ ଯଥାସମ୍ଭବ ସ୍ବାସ୍ଥ୍ୟସେବାର ସୁଯୋଗର ଉପଲବ୍ଧି କରୁଥିବା ଦେଖିବାକୁ ମିଳିଛି ।

କୋଭିଡ ହସ୍ପିଟାଲକୁ 10 ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କଲା ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ

ସ୍ବାସ୍ଥ୍ୟସେବାରୁ ଅପେକ୍ଷାକୃତ ଵଞ୍ଚିତ ନବରଙ୍ଗପୁର ଜିଲ୍ଲାର କୋଭିଡ ହସ୍ପିଟାଲ ପାଇଁ ORF ସଂସ୍ଥା ସହାୟତାରେ 10 ଟି 10 LPMs ଅକ୍ସିଜେନ କନସେନଟ୍ରେଟର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ସଂସ୍ଥା ଦ୍ଵାରା କ୍ରିଷ୍ଟିଆନ ମେଡିକାଲକୁ 5 ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି ।

ଓଡ଼ିଶା ରାଇଜିଂ ଫାଉଣ୍ଡେସନ ଏକ ଭୁବନେଶ୍ବର ସ୍ଥିତ ସାମାଜିକ ସଂଗଠନ ଯାହା ଓଡ଼ିଶାର 30 ଜିଲ୍ଲାରେ କୋଭିଡ-19 ମହାମାରୀର ମୁକାବିଲା ପାଇଁ ଏପର୍ଯ୍ୟନ୍ତ 300ରୁ ଉର୍ଦ୍ଧ୍ବ ଅକ୍ସିଜେନ କନସେନଟ୍ରେଟର ଓଡ଼ିଶାର ସରକାରୀ ତଥା ଅଣ-ବ୍ୟବସାୟୀକ ହସ୍ପିଟାଲମାନଙ୍କୁ ଯୋଗାଇବା ସହ 5000ରୁ ଉର୍ଦ୍ଧ୍ବ ଆର୍ଥିକ ସ୍ବଚ୍ଛଳତା ନଥିବା ପରିବାରକୁ ରାସନ ସାମଗ୍ରୀ ଓ ଔଷଧୀୟ ସାମଗ୍ରୀ ମଧ୍ୟ ସହାୟତା ଯୋଗାଇଛି । ସଂସ୍ଥାର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ସାଗର ଏହି ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛନ୍ତି ।

ଆଜି (29 ଜୁନ 2021) ଉକ୍ତ ସଂଗଠନ ତରଫରୁ 10 ଗୋଟି 10 LPMs ଅକ୍ସିଜେନ କନସେନଟ୍ରେଟର ନବରଙ୍ଗପୁର ଏଡିଏମ ଡାକ୍ତର ରତ୍ନାକର ସାହୁଙ୍କ ଉପସ୍ଥିତରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡାକ୍ତର ଶୋଭାରାଣୀ ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ସିଇଓ ଅକ୍ଷୟ ସାଗରଙ୍କ ସମେତ ସଂସ୍ଥାର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ହସ୍ପିଟାଲ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details