ଓଡିଶା

odisha

By

Published : Oct 22, 2019, 1:38 PM IST

ETV Bharat / state

ଦିନିକିଆ ନବରଙ୍ଗପୁର ଗସ୍ତରେ ରାଜ୍ୟପାଳ

ଦିନିକିଆ ନବରଙ୍ଗପୁର ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଗସ୍ତ ସମୟରେ ସ୍ଥାନୀୟ ହିରଲୀ ସ୍ଥିତ ଏକଲବ୍ୟ ମଡେଲ ସ୍କୁଲରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସେ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଦିନିକିଆ ନବରଙ୍ଗପୁର ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଗସ୍ତ ସମୟରେ ସ୍ଥାନୀୟ ହିରଲୀ ସ୍ଥିତ ଏକଲବ୍ୟ ମଡେଲ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସେ । ଏହି ଅବସରରେ ସ୍କୁଲ ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ନବରଙ୍ଗପୁର

ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଭାରତୀୟ ମହନୀୟ ସଂସ୍କୃତି ଓ ଓଡିଶା ପରମ୍ପରା ବିଷୟରେ ଆଲୋଚନା କରିଥିଲେ ରାଜ୍ୟପାଳ । ଭାରତୀୟ ମହର୍ଷି ଓ ବେଦ ଉପନିଷଦ ହିଁ ବିଶ୍ବଗୁରୁ ସାଜି ସାରା ବିଶ୍ବକୁ ମାର୍ଗ ଦେଖାଇଛନ୍ତି ବୋଲି ମତ ଦେଇଥିଲେ। ଏଥିସହିତ ରାମାୟଣ ଓ ମହାଭାରତର ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଯିବା ପାଇଁ ପରାମର୍ଶ ଦେଇଥିଲେ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details