ନବରଙ୍ଗପୁର: ଟୋଲ୍ ଗେଟ୍ କରି ଧାନ ରୋକିବା ନାଁରେ ଅନୁପ୍ରବେଶ। ରାଜ୍ୟର ସୀମାନ୍ତ ଗ୍ରାମରେ ଛତିଶଗଡ଼ ରାଜ୍ୟ ଦେଓଭୋଗ ବ୍ଲକ୍ ପ୍ରଶାସନ ତରଫରୁ ଓଡ଼ିଶା ମାଟିରେ ଅନୁପ୍ରବେଶ ଉଦ୍ୟମ ହେଉଛି । ଏହାସହ ଓଡିଶା ମାଟିରେ ଏକ ଟୋଲ୍ ଗେଟ ନିର୍ମାଣ କରି ଖୋଲା ଖୋଲି ଭାବରେ ଦବଙ୍ଗଗଗିରି ଦେଖାଇଲା ଭଳି ମନେ ହେଉଛି।
ଓଡ଼ିଶା ମାଟିରେ ଛତିଶଗଡ଼ର ଦବଙ୍ଗଗିରି ଯଦିଓ ଛତିଶଗଡ଼ ରାଜ୍ୟ ମଣ୍ଡିକୁ ଓଡ଼ିଶାର ଧାନ ରୋକିବାକୁ ଏହି ଟୋଲ୍ ଗେଟ ଖୋଲାଯାଇଥିବା କୁହାଯାଉଛି। ତଥାପି ଭିନ୍ନ ଏକ ରାଜ୍ୟର ପୋଲିସ ଓ ପ୍ରଶାସନ କିଭଳି ଭାବେ ଓଡ଼ିଶା ମାଟି ବେନିୟମ ଭାବେ କାହା ଅନୁମତିରେ ଏଭଳି ଏକ ଟୋଲ୍ ଗେଟ୍ ବସାଇବା ସାହସ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏଥିରେ ସୂଚନାଯୋଗ୍ୟ ଯେ, ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତ ଅଞ୍ଚଳ ଦେଇ ପ୍ରବାହିତ ତେଲ୍ ବରେହି ଆଦି ନଦୀରେ ଓଡ଼ିଶା ସରକାରଙ୍କ ବିନା ଅନୁମତି ସଂଖ୍ୟାଧିକ ଡ୍ୟାମ୍ ସବୁ ନିର୍ମାଣ କରି ଓଡ଼ିଶା ନଦୀ ଗୁଡିକରୁ ଜଳ ଶୋଷି ନେଉଛି । ଏବେ ପୁଣି ଓଡ଼ିଶା ମାଟିର ମୁଖ୍ୟ ରାସ୍ତାରେ ଏକ ଟୋଲ୍ ଗେଟ ନିର୍ମାଣ କରି ସୀମାନ୍ତ ଗ୍ରାମରେ ନିଜର ଅନୁପ୍ରବେଶକୁ ପୁଣି ଜାହିର କରିଛି । ଯାହା ଆଗାମୀ ଦିନରେ ଆନ୍ତଃ ରାଜ୍ୟ ସୀମା ବିବାଦର ଖୋରାକ୍ ଯୋଗାଇଛି।
ତେବେ କେବେ କେମିତି କାହା ଅନୁମତିରେ ଏଭଳି ବେଆଇନ ଟୋଲ୍ ଗେଟ୍ ଛତିଶଗଡ଼ ଦେଓଭୋଗ ପ୍ରଶାସନ ତରଫରୁ ବସା ଯାଇଛି ତାହାର କୌଣସି ଖବର ଚନ୍ଦା ହାଣ୍ଡି ବ୍ଲକ୍ କିମ୍ବା ପୋଲିସ ପ୍ରଶାସନ ପାଖରେ ନଥିବା ସମସ୍ତଙ୍କୁ ହତ ଚକିତ କରିଛି। ଏଣୁ ବେଳ ଥାଉଣୁ ଏ ସମ୍ପର୍କରେ ଉଚିତ ତଦନ୍ତ ପୂର୍ବକ ପଦକ୍ଷେପ ଗ୍ରହଣ କରିବାକୁ ସୀମାନ୍ତ ଅଞ୍ଚଳ ବାସୀଙ୍କ ତରଫରୁ ଦାବି ହୋଇଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ