ଓଡିଶା

odisha

ETV Bharat / state

ଉଲକାପିଣ୍ଡ ଆବିଷ୍କାର କଲେ ଓଡିଆ ଝିଅ, ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ - ଓଡିଆ ଝିଅଙ୍କ ଉଲକାପିଣ୍ଡ ଆବିଷ୍କାର

ଅନ୍ତର୍ଜାତୀୟ ସ୍ତରରେ ଓଡିଆ ଝିଅଙ୍କ କମାଲ । ଏକ ଉଲକାପିଣ୍ଡ ଆବିଷ୍କାର କଲେ ନବରଙ୍ଗପୁର ଜିଲ୍ଲାର ବନିତା ଦାସ । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ଏହି ସଫଳତା ପାଇଛନ୍ତି । ନାସା ଓ ଅନ୍ତରାଷ୍ଟ୍ରୀୟ ଜୋର୍ତିବିଜ୍ଞାନ ପକ୍ଷରୁ ତାଙ୍କ ଦ୍ବାରା ଆବିଷ୍କୃତ ଉଲକାପିଣ୍ଡକୁ ଅନୁମୋଦନ ମିଳିଛି । ଅଧିକ ପଢନ୍ତୁ...

ଉଲକାପିଣ୍ଡ ଆବିଷ୍କାର କଲେ ଓଡିଆ ଝିଅ, ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ
ଉଲକାପିଣ୍ଡ ଆବିଷ୍କାର କଲେ ଓଡିଆ ଝିଅ, ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ

By

Published : Aug 4, 2021, 10:27 PM IST

ନବରଙ୍ଗପୁର:ଅନ୍ତର୍ଜାତୀୟ ସ୍ତରରେ ମହକିଲେ ମାଳଭୂମିର ମଲ୍ଲି । ଉଲକାପିଣ୍ଡ ଆବିଷ୍କାର କରି ଓଡିଶାକୁ ଗୌରବାନ୍ବିତ କଲେ ନବରଙ୍ଗପୁର ଝିଅ । ଓଡିଶାର ଏକମାତ୍ର ଛାତ୍ରୀ ତଥା ପ୍ରଥମ ଓଡିଆ ଭାବେ ମହାକାଶ ଗବେଷଣାରେ ଅଦ୍ଭୁତପୂର୍ବ ସଫଳତା ସାଉଁଟିଛନ୍ତି ନବରଙ୍ଗପୁର ଝିଅ ବନିତା ଦାସ । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ଉଲକାପିଣ୍ଡ ସନ୍ଧାନ କାର୍ଯ୍ୟକ୍ରମରେ ବନିତା ଏକ ଉଲକାପିଣ୍ଡ ଆବିଷ୍କାର କରିଛନ୍ତି । ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ସେ ଏବେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖୁବ୍ ପ୍ରଶଂସିତ ହୋଇଛନ୍ତି ।

ଉଲକାପିଣ୍ଡ ଆବିଷ୍କାର କଲେ ଓଡିଆ ଝିଅ, ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ

ନବରଙ୍ଗପୁର ସହରର ଗାଦବାଗୁଡାରେ ବନିତାଙ୍କ ଜନ୍ମ । ତାଙ୍କ ବାପାଙ୍କ ନାମ ବନ ବିହାରୀ ଦାସ ଓ ମାଆ ତୃପ୍ତିରାଣୀ ଦାସ । ତାଙ୍କ ବାପା ନବୋଦୟ ବିଦ୍ୟାଳୟରେ ଚାକିରୀ କରନ୍ତି । ଚଳିତ ବର୍ଷ ବନିତା ମଧ୍ୟପ୍ରଦେଶ ଅନୁପୁର ଜିଲ୍ଲା ଅମରକଣ୍ଟକ ସହରର ଜବାହାର ନବୋଦୟ ବିଦ୍ୟାଳୟରୁ ଦଶମ ପାସ୍ କରିଛନ୍ତି । ଏହାପୂର୍ବରୁ ସେ ମାଲକାନଗିରି ଜବାହାର ନବୋଦୟ ସ୍କୁଲରେ ପଢୁଥିଲେ । ନିକଟରେ ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଉଲକାପିଣ୍ଡ ସନ୍ଧାନ କାର୍ଯ୍ୟକ୍ରମ । ବିଶ୍ବର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ବନିତା ଭାଗ ନେଇଥିଲେ । ଯେଉଁଥିରେ ସେ ହାୱାଇରେ ଥିବା ଟେଲିସ୍କୋପର ସଫ୍ଟୱେୟାର ଇମେଜ ମାଧ୍ୟମରେ ଏକ ଉଲକା ପିଣ୍ଡ ଖୋଜି ବାହାର କରିଛନ୍ତି । ଆବିଷ୍କୃତ ଉଲକାପିଣ୍ଡଟିର ନାମ ବନିତାଙ୍କ ଅନୁସାରେ କରାଯିବ ବୋଲି ଜଣାଯାଇଛି । ତାଙ୍କର ଏହି ଆବିଷ୍କାରକୁ ନାସା ଓ ଅନ୍ତରାଷ୍ଟ୍ରୀୟ ଜୋର୍ତିବିଜ୍ଞାନ ପରୀକ୍ଷା କରିବା ପରେ ଅନୁମୋଦନ କରିଛନ୍ତି ।

ଉଲକାପିଣ୍ଡ ଆବିଷ୍କାର କଲେ ଓଡିଆ ଝିଅ, ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ

ତେବେ ଉଲ୍‍କାପିଣ୍ଡର ଗତିବିଧିକୁ ବିଶ୍ଳେଷଣ କରି ଆଗାମୀ ୬ବର୍ଷ ମଧ୍ୟରେ ଏହାର ଗତିପଥ ଜାଣି ହେବ ବୋଲି କୁହାଯାଉଛି । ଏଥିପାଇଁ ମହାକାଶ ଗବେଷଣା ସଂସ୍ଥା ଗତ ଜାନୁଆରୀ ମାସରେ ବନିତାଙ୍କୁ ଏକ କଠିନ ପ୍ରଶିକ୍ଷଣ ଦେଇଥିଲେ । ତେବେ ଆଗାମୀ ଭବିଷ୍ୟତରେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ବନିତା ।

ବନିତାଙ୍କୁ ସଫଳତା ପାଇଁ ତାଙ୍କ ସ୍କୁଲ ଶିକ୍ଷକ, ସ୍ପେଶ ଫାଉଣ୍ଡେସନର ସମସ୍ତ ସଦସ୍ୟ ତାଙ୍କ ବାପାମାଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆମ ଝିଅ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ବାପାମାଆ । ସେପେଟ ନବରଙ୍ଗପୁର ଜିଲ୍ଲାବାସୀ ମଧ୍ୟ ଏହି ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଉଲକାପିଣ୍ଡ ଆବିଷ୍କାର କଲେ ଓଡିଆ ଝିଅ, ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details