ଓଡିଶା

odisha

ETV Bharat / state

ଇସ୍ରୋ ଦ୍ବାରା ଆୟୋଜିତ ନିବନ୍ଧ ପ୍ରତିଯୋଗିତାରେ ଓଡିଆ ପୁଅ ଦେବାଶିଷଙ୍କୁ ସଫଳତା - ନବରଙ୍ଗପୁରର ଦେବାଶିଷ ବିଷୋୟୀ

ସର୍ବଭାରତୀୟ ସ୍ତରରେ ଆୟୋଜିତ ଇସ୍ରୋର ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ନିବନ୍ଧ ପ୍ରତିଯୋଗିତାରେ ନବରଙ୍ଗପୁରର ଦେବାଶିଷଙ୍କୁ ସଫଳତା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଚଳିତ ବର୍ଷ ଜୁନ 24 ତାରିଖରେ ସର୍ବଭାରତୀୟ ସ୍ତରରେ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଥିଲା ଏକ ରଚନା ପ୍ରତିଯୋଗିତା । ଯେଉଁଥିରେ ତଥ୍ୟ ଭିତ୍ତିକ ସାରଗର୍ଭକ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରି ଦେବାଶିଷ ନବରଙ୍ଗପୁର ଜିଲ୍ଲା ତଥା ରାଜ୍ୟର ନାଁ ରଖିଛନ୍ତି ।

essay competition by isro, nabarangpur latest news, debashis bissoyi of nabarangpur, debashish bisoyi, ଇସ୍ରୋର ନିବନ୍ଧ ପ୍ରତିଯୋଗିତା, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ନବରଙ୍ଗପୁରର ଦେବାଶିଷ ବିଷୋୟୀ, ଦେବାଶିଷ ବିଷୋୟୀ
ଇସ୍ରୋ ଦ୍ବାରା ଆୟୋଜିତ ନିବନ୍ଧ ପ୍ରତିଯୋଗିତାରେ ଓଡିଆ ପୁଅ ଦେବାଶିଷଙ୍କୁ ସଫଳତା

By

Published : Oct 11, 2020, 12:28 PM IST

ନବରଙ୍ଗପୁର: ସର୍ବଭାରତୀୟ ସ୍ତରରେ ଆୟୋଜିତ ଇସ୍ରୋର ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ନିବନ୍ଧ ପ୍ରତିଯୋଗିତାରେ ନବରଙ୍ଗପୁରର ଦେବାଶିଷଙ୍କୁ ସଫଳତା । ମହାକାଶ ବିଜ୍ଞାନ ଗବେଷଣା ସମ୍ବନ୍ଧରେ ଆଗାମୀ ଦୁଇ ଦଶନ୍ଧୀରେ ଆହ୍ବାନ ଏବଂ ଏହାର ପରିଣତି ସମ୍ବନ୍ଧରେ ସାରଗର୍ଭକ ନିବନ୍ଧ ଲେଖି ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ପଡେଇଗୁଡା ଗ୍ରାମର ଛାତ୍ର ଦେବାଶିଷ ବିଷୋୟୀ ସର୍ବଭାରତୀୟ ସ୍ତରରେ ଏହି ସଫଳତା ଲାଭ କରିଛନ୍ତି । ଏନେଇ ଦେବାଶିଷଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ଇସ୍ରୋ ଦ୍ବାରା ଆୟୋଜିତ ନିବନ୍ଧ ପ୍ରତିଯୋଗିତାରେ ଓଡିଆ ପୁଅ ଦେବାଶିଷଙ୍କୁ ସଫଳତା
ଇସ୍ରୋ ଦ୍ବାରା ଆୟୋଜିତ ନିବନ୍ଧ ପ୍ରତିଯୋଗିତାରେ ଓଡିଆ ପୁଅ ଦେବାଶିଷଙ୍କୁ ସଫଳତା

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଚଳିତ ବର୍ଷ ଜୁନ 24 ତାରିଖରେ ସର୍ବଭାରତୀୟ ସ୍ତରରେ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଥିଲା ଏକ ରଚନା ପ୍ରତିଯୋଗିତା । ଯେଉଁଥିରେ ତଥ୍ୟ ଭିତ୍ତିକ ସାରଗର୍ଭକ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରି ଦେବାଶିଷ ନବରଙ୍ଗପୁର ଜିଲ୍ଲା ତଥା ରାଜ୍ୟର ନାଁ ରଖିଛନ୍ତି । 21ଜୁଲାଇ, 2003ରେ ଜନ୍ମିତ ଦେବାଶିଷ ତେନ୍ତୁଳିଖୁଣ୍ଟି ବ୍ଲକର ଗୁମ୍ମାସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରୁ ପଢା ଆରମ୍ଭ କରି ନବରଙ୍ଗପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ସଫଳତାର ସହ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ବର୍ତ୍ତମାନ ସେ କୋରାପୁଟସ୍ଥିତ ବିଜ୍ଞାନ ଇଣ୍ଟରନ୍ୟାସନାଲ୍ କଲେଜରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ଅଧ୍ୟୟନରତ ।

ଇସ୍ରୋ ଦ୍ବାରା ଆୟୋଜିତ ନିବନ୍ଧ ପ୍ରତିଯୋଗିତାରେ ଓଡିଆ ପୁଅ ଦେବାଶିଷଙ୍କୁ ସଫଳତା

ଦେବାଶିଷଙ୍କ ପିତା, ରାଧାକୃଷ୍ଣ ବିଷୋୟୀ ପୂଜାରୀଗୁଡାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ରୂପେ କାର୍ଯ୍ୟରତ । ସେପଟେ ମା’ ପୁଷ୍ପାଞ୍ଜଳୀ ବିଷୋୟୀ ଜଣେ ଗୃହିଣୀ । କୋରୋନା ମହାମାରୀ ସମୟରେ ଚାରିଆଡେ ଲକଡାଉନ ଓ ସଟଡାଉନ ଜାରି ରହିଥିବା ବେଳେ ଦେବାଶିଷ ବହୁ ଉପାଦେୟ ଲେଖା ଲେଖି କରିବା ସହ ନିଜ ଅଧ୍ୟୟନରେ ମନ ବଳାଇଛନ୍ତି । ତେବେ ତାଙ୍କୁ ମିଳିଥିବା ସଫଳତା ପାଇଁ ସେ ଜେଜେବାପା ପର୍ଶୁରାମ ବିଷୋୟୀ ଓ ଅଧ୍ୟାପିକା ପ୍ରତିଚି ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛନ୍ତି ।

ଦେବାଶିଷଙ୍କ ଉଚ୍ଚକୋଟୀର ଆଲେଖ୍ୟକୁ ଇସ୍ରୋ ପକ୍ଷରୁ ସ୍ବୀକୃତି ମିଳିବା ସହ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଛି l ଦେବାଶିଷଙ୍କ ଏଭଳି ସଫଳତାରେ ନବରଙ୍ଗପୁର ଜିଲ୍ଲାରେ ଖେଳିଛି ଖୁସିର ଲହରୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details