ନବରଙ୍ଗପୁର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନବରଙ୍ଗପୁର ବିଏଡ୍ କଲେଜରେ ୨୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ ହୋଇଛି । ଉକ୍ତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ କୋରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧମାନଙ୍କୁ ଆଇସଲୋସେନ୍ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯିବ। କୌଣସି ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହେଲେ ତାଙ୍କୁ ଜୟପୁରରେ ନିର୍ମାଣ ହେବାକୁ ଥିବା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।
କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଖ୍ରୀଷ୍ଟିଆନ ହସ୍ପିଟାଲ ସହ ଚୁକ୍ତି ସ୍ବାକ୍ଷର - corona update news of nabarangpur
ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନବରଙ୍ଗପୁର ବିଏଡ୍ କଲେଜରେ ୨୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ ହୋଇଛି । ଉକ୍ତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ କୋରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧମାନଙ୍କୁ ଆଇସଲୋସେନ୍ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯିବ।
ଉକ୍ତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ପରିଚାଳନା କରିବେ ଖ୍ରୀଷ୍ଟିୟାନ ହସ୍ପିଟାଲର ଡାକ୍ତର ଓ କର୍ମଚାରୀ । ଏଥିପାଇଁ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ଓ ଖ୍ରୀଷ୍ଟିୟାନ ହସ୍ପିଟାଲର ଅଧୀକ୍ଷକ ଡ଼ଃ ସନ୍ତୋଷ କୁମାର ନାଗଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଖ୍ରୀଷ୍ଟିୟାନ ହସ୍ପିଟାଲ ଚିକିତ୍ସା ପାଇଁ ସମସ୍ତ ପ୍ରକାର ଯନ୍ତ୍ରପାତି ଓ ଔଷଧ ସେଠାରେ ରଖି ପରିଚାଳନା କରିବ। ଏହି ଚୁକ୍ତି ସ୍ବାକ୍ଷରିତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଡ଼ଃ ସନ୍ତୋଷ କୁମାର ସ୍ବାଇଁ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ରମାକାନ୍ତ ନାୟକ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ