ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନୋଡାଲ ଅଧିକାରୀଙ୍କ ବୈଠକ - reivew metting in nabarangpur

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କ ବୈଠକ । ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଆଲୋଚନା । ଅଧିକ ପଢନ୍ତୁ .....

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନୋଡାଲ ଅଧିକାରୀଙ୍କ ବୈଠକ
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନୋଡାଲ ଅଧିକାରୀଙ୍କ ବୈଠକ

By

Published : Oct 20, 2020, 7:56 PM IST

ନବରଙ୍ଗପୁର: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କ ବୈଠକ । ଏଥିରେ ଜିଲ୍ଲାପାଳ ଡାକ୍ତର ଅଜିତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ବୈଠକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନାର ଅଗ୍ରଗତି, କରୋନାର ସଫଳ ରୂପାୟନ, ସ୍ବଇଚ୍ଛାରେ କରୋନା ପରୀକ୍ଷଣ ପାଇଁ ଆସୁଥିବା ବ୍ୟକ୍ତି ଯେପରି ପରୀକ୍ଷଣରୁ ବଞ୍ଚିତ ନ ହୁଅନ୍ତି ଏବଂ ଚିହ୍ନଟ ହୋଇଥିବା ରୋଗୀଙ୍କ ଚିକତ୍ସା ଉପରେ ଆଲୋଚନା ହୋଇଥିଲା । ସେହିପରି ମୋ ବଗିଚା ଯୋଜନାର ସଫଳ ରୂପାୟନ, ଚାଷୀଙ୍କୁ ସୁଲଭ ମୂଲ୍ୟରେ ଠିକ୍ ସମୟରେ ସାର ଓ କୀଟ ନାଶକ ଔଷଧ ଇତ୍ୟାଦି ଯୋଗାଇବା। ପୂଜା ଛୁଟି ପୂର୍ବରୁ ସମସ୍ତ ଅଙ୍ଗନବାଡି, ଆଶା, ଏଏନଏମ କର୍ମଚାରୀମାନେ ଯେପରି ଦରମା ପାଇବେ ତା ଉପରେ ମଧ୍ୟ ବିଭାଗ ଗୁଡିକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନୋଡାଲ ଅଧିକାରୀଙ୍କ ବୈଠକ

ସେହିପରି ନବରଙ୍ଗପୁର ଜିଲ୍ଲାରେ ପୁଲିସ ରିଜର୍ଭ ପଡ଼ିଆଠାରେ ଏକ ସ୍ଥାୟି ହେଲିପେଡ ନିର୍ମାଣ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗଙ୍କୁ ନିର୍ଦେଶ ଦିଆଯାଇଛି । ନବରଙ୍ଗପୁର ଜିଲ୍ଲାର ୯ ଗୋଟି ଗ୍ରାମରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ୍ୟ ଯୋଜନାରେ ସ୍ବଚ୍ଛ ପାନୀୟ ଜଳ ଓ ବାହ୍ୟ ପାଇଖାନାର ସୁବିଧା ଲୋକଙ୍କୁ ଯୋଗାଇ ଦେବା ପାଇଁ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ନୋଡାଲ ଅଧିକାରୀ, ଉପଜିଲ୍ଲାପାଳ ଭାସ୍କର ରୋଇତ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ପ୍ରଦୀପ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ ଏପିଡ଼ି, ରତ୍ନାକର ସାହୁ, ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର ପାଢ଼ୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ନାରାୟଣ ବେହେରା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୟୀ, ଇଟିଭି ଭାରତ

ABOUT THE AUTHOR

...view details