ଓଡିଶା

odisha

କୋରୋନାର ଦ୍ବିତୀୟ ଲହରୀ, ଆଜିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ

By

Published : Mar 24, 2021, 8:24 PM IST

Updated : Mar 25, 2021, 9:08 AM IST

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ନବରଙ୍ଗପୁରକୁ ଫେରିଛି ନାଇଟ କର୍ଫ୍ୟୁ । ଅଧିକ ପଢନ୍ତୁ...

କୋରୋନାର ଦ୍ବିତୀୟ ଲହରୀ, ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ
କୋରୋନାର ଦ୍ବିତୀୟ ଲହରୀ, ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ

ନବରଙ୍ଗପୁର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ନବରଙ୍ଗପୁରକୁ ଫେରିଛି ନାଇଟ କର୍ଫ୍ୟୁ । ରାଜ୍ୟରେ କୋରୋନା ସଂକ୍ରମଣକୁ ବୃଦ୍ଧିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଜାରି କରିଛନ୍ତି ନୂଆ କଟକଣା ।

କୋରୋନାର ଦ୍ବିତୀୟ ଲହରୀ, ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ

ଗୁରୁବାର ରାତି ୮ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜାରି ହୋଇଛି କଟକଣା । ଏଥିସହ କୌଣସି ସ୍ଥାନରେ ୫ ଜଣ ଠାରୁ ଅଧିକ ଲୋକଙ୍କୁ ଏକାଠି ହେବାପାଇଁ ବାରଣ କରାଯାଇଛି । ସାମାଜିକ କାର୍ଯ୍ୟକ୍ରମକୁ ନେଇ କଟକଣା ଜାରି ହୋଇଛି। ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ, ରାଜନୈତିକ ରାଲି, ସଭାସମିତି ଓ ସରକାରୀ କାର୍ଯ୍ୟକ୍ରମକୁ ନିଷେଧାଦେଶ ଜାରି କରିଛନ୍ତି । ଯାତ୍ରା, ବରଯାତ୍ରୀ ଶୋଭାଯାତ୍ରା, ବାଜାକୁ ମଧ୍ୟ ବାରଣ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Mar 25, 2021, 9:08 AM IST

ABOUT THE AUTHOR

...view details