ନବରଙ୍ଗପୁର: ଜିଲ୍ଲାରେ ସୋମବାରଠାରୁ ରାତ୍ରିକାଳୀନ କର୍ଫ୍ୟୁକୁ ଲାଗୁ କରାଯାଇଛି । ଜିଲ୍ଲାର ୧୨ଟି ଥାନା ୮ ଟି ଫାଣ୍ଡି ଅଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁକୁ କଡାକଡି ଭାବେ ପାଳନ କରିବା ପାଇଁ ନବରଙ୍ଗପୁର ଏସପି ପ୍ରହ୍ଲାଦ ସାହା ମିନା ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ନବରଙ୍ଗପୁର ସମେତ ୯ ଟି ଜିଲ୍ଳାରେ ସୋମବାର ରାତି ୧୦ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁକୁ ଲାଗୁ କରାଯାଇଛି । ୧୦ ଟା ପୂର୍ବରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ବ୍ୟତୀତ ବାକି ସବୁ ଦୋକାନକୁ ବନ୍ଦ କରାଯାଇଥିଲା । ଏହିଭଳି ନବରଙ୍ଗପୁର ସହର ମଧ୍ୟରେ ପୋଲିସ ପାଟ୍ରୋଲିଂ ଜୋରଦାର କରିଛି । ଏଥିସହିତ ସହର ଓ ଗଳି କନ୍ଦିରେ ବୁଲିବୁଲି ପୋଲିସ ଅମାନିଆମାନଙ୍କ ଉପରର ନଜର ରଖିବା ସହ ରାତ୍ରିକାଳୀନ ବସମାନଙ୍କ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ପୋଲିସ ଯାଞ୍ଚ କରୁଛି ।