ଓଡିଶା

odisha

ETV Bharat / state

ଇଟାଭାଟିରେ ନାବାଳିକା ବନ୍ଧକ ଘଟଣା; ତଦନ୍ତରେ ଖପ୍ପା NHRC, କଲେ ରିପୋର୍ଟ ତଲବ - ନବରଙ୍ଗପୁର ଝିଅ ବନ୍ଧକ ଖବର

ତେଲେଙ୍ଗାନାରେ ଇଟାଭାଟିରେ ନବରଙ୍ଗପୁର ଝିଅ ବନ୍ଧକ ଘଟଣା ତଦନ୍ତରେ ଜାତୀୟ ମାନବାଧିକାର କମିସନ ଅସନ୍ତୁଷ୍ଟ । ପୁନଃତଦନ୍ତ ନିର୍ଦ୍ଦେଶ ଦେଲା ଏନଏଚଆରସି । ଏନେଇ ଉଭୟ ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନକୁ ଏନଏଚଆରସିଙ୍କ ରିପୋର୍ଟ ତଲବ । ଅଧିକ ପଢନ୍ତୁ...

nabarangpur minorgirl was kept in bricks kiln in hydrabad
ତେଲଙ୍ଗାନା ଇଟିଭାଟିରେ ନବରଙ୍ଗପୁର ଝିଅ ବନ୍ଧକ ଘଟଣାର ତଦନ୍ତରେ NHRC ଅସନ୍ତୁଷ୍ଚ

By

Published : May 4, 2021, 5:19 PM IST

Updated : May 4, 2021, 8:57 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଇଟାଭାଟିରେ ନବରଙ୍ଗପୁର ଝିଅ ବନ୍ଧକ ଘଟଣାର ତଦନ୍ତରେ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ଅସନ୍ତୁଷ୍ଟ । ଏହି ଘଟଣାରେ ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲା ଏନଏଚଆରସି । ଏନେଇ ଉଭୟ ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି ।

ତେଲେଙ୍ଗାନାରେ ଇଟାଭାଟିରେ ନବରଙ୍ଗପୁର ଝିଅ ବନ୍ଧକ ଘଟଣା ତଦନ୍ତରେ ଅସନ୍ତୁଷ୍ଟ ପ୍ରକାଶ କରିଛି ଜାତୀୟ ମାନବାଧିକାର କମିସନ। ଏହି ଘଟଣାରେ ଉକ୍ତ ନାବାଳିକାକୁ କାହିଁକି ଉପଯୁକ୍ତ ନ୍ଯାୟ ପ୍ରଦାନ କରାଯାଇନାହିଁ ବୋଲି କ୍ଷୋଭ ପ୍ରକାଶ କରିଛି ଏନଏଚଆରସି । ହାଇଦ୍ରାବାଦ ଶ୍ରମ ଆୟୁକ୍ତ ପକ୍ଷରୁ ନାବାଳିକା ଝିଅ ଇଟାଭାଟିରେ ବନ୍ଧକ ଘଟଣାରେ ଜାତୀୟ ମାନବିଧିକାର କମିସନଙ୍କୁ ପ୍ରଦାନ କରାଯାଇଥିବା ପ୍ରାଥମିକ ରିପୋର୍ଟରେ ଖପ୍ପା ଏନଏଚଆରସି । ନାବାଳିକା ଝିଅ ନିଜ ମାଙ୍କ ମୃତ୍ୟୁ ପରେ କାହିଁକି ଯାଇପାରିଲା ନାହିଁ । ତଦନ୍ତ ବେଳେ ନାବାଳିକା ଝିଅର ମତାମତ ମଧ୍ୟ ନିଆଯାଇନାହିଁ । କି ଭଳି ଜଣେ ନାବାଳିକା ବେଠି ବା ଗୋତି ଶ୍ରମିକ ଭଳି ଇଟାଭାଟି ମାଲିକ ପାଖରେ ରହିଲା ତାହାର ମଧ୍ୟ ତଦନ୍ତ ହୋଇନାହିଁ । ଧାର କରାଯାଇଥିବା ଟଙ୍କା ପାଇଁ ଜବରଦସ୍ତ ରଖା ଯାଇଥିଲା କି ତାହାର ମଧ୍ୟ ତଦନ୍ତ ହୋଇନାହିଁ ବୋଲି ସନ୍ଦେହ ପ୍ରକଟ କରିଛନ୍ତି ଏନଏଚଆରସି । ଏନେଇ ଏନଏଚଆରସି ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନକୁ ପୁନଃ ତଦନ୍ତ କରି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।

ଏହି ଖବର ମଧ୍ୟ ପଢନ୍ତୁ:- ସଇତାନ କବଜାରେ ସାଗରିକା, ଫେରାଇ ଆଣିବାକୁ କାନ୍ଦୁଛି ବଡ ଭଭଣୀ

ସୂଚନାଥାଉକି ଗତ ବର୍ଷ ତେଲେଙ୍ଗାନାର ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇ ଇଟାଭାଟିରେ କାମ କରୁଥିଲେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି କେନାଲ ସାହିର ଅନାଦି ଚୌହାନ । ନିଜ ସ୍ବାମୀଙ୍କ ଦେହାନ୍ତ ପରେ ଦୁଇ ଝିଅଙ୍କୁ ପାଠ ପଢ଼ାଇ ମଣିଷ କରିବା ପାଇଁ ଅର୍ଥ ଉପାର୍ଜନ ଆଶା ନେଇ ସାନ ଝିଅ ସାଗରିକାକୁ ଧରି ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ । ସେଠାରେ ଏକ ଇଟାଭାଟିରେ ଦାଦନ ଖଟୁଥିଲେ । ଅନାଦି ନିଜର ଅସୁସ୍ଥତା ପାଇଁ ସାନ ଝିଅ ସାଗରିକାକୁ ଇଟିଭାଟି ମାଲିକଙ୍କ ନିକଟରେ ବନ୍ଧକ ରଖି 32000 ଟଙ୍କା ଋଣ ନେଇ ଚନ୍ଦାହାଣ୍ଡି ଫେରିଥିଲେ । ଋଣ ସୁଝିବା ପର୍ଯ୍ୟନ୍ତ ଇଟାଭାଟି ମାଲିକ ନିକଟରେ କାର୍ଯ୍ୟ କରିବା ପାଇଁ ସର୍ତ୍ତ ରଖିଥିଲା ମାଲିକ । ହେଲେ ବିଧିର ବିଧାନ 04.05.2020ରେ ନିଜ ଘରକୁ ଯାଇଥିବା ସମୟରେ ଅସୁସ୍ଥ ହୋଇପଡିଥିଲେ ଅନାଦି ଏବଂ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିଯିବାରୁ ମୃତ୍ୟୁବରଣ କରିଥିଲେ । ସେପଟେ ସାନ ଝିଅ ସାଗରିକା ଇଟା ଭାଟି ମାଲିକ ପାଖରେ ବନ୍ଧକ ରହିଥିଲା । ନିଜ ମାଙ୍କ କ୍ରିୟା କର୍ମରେ ମଧ୍ୟ ଯୋଗ ଦେଇପାରି ନଥିଲା । ଏହା ପରେ ହାଇଦ୍ରାବାଦ ଶ୍ରମ ଆୟୁକ୍ତ ପକ୍ଷରୁ ପ୍ରବାସୀ ଶ୍ରମିକ ଆଇନ ଅନୁସାରେ 2 ହଜାର ଟଙ୍କା ଦେଇ ଘରକୁ ପଠାଇଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 4, 2021, 8:57 PM IST

For All Latest Updates

ABOUT THE AUTHOR

...view details