ଓଡିଶା

odisha

ETV Bharat / state

ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର - newlyweds body found hanging

ରାଇଘର ଥାନା ଅନ୍ତର୍ଗତ ସରଗୁଲି ଡି.ଏନ.କେ ଗାଁରେ ଜଣେ ନଵ ବିବାହିତାଙ୍କୁ ଶାଶୁ ଘର ଲୋକ ବେକରେ ଶାଢ଼ୀ ଲଗାଇ ଫେନରେ ଟାଙ୍ଗି ଦେଇଥିବା ନବବଧୂର ପରିବାର ଅଭିଯୋଗ କରିଛନ୍ତି।

ନବ ବିବାହିତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
ନବ ବିବାହିତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

By

Published : Aug 6, 2020, 10:28 PM IST

ନବରଙ୍ଗପୁର: ଜିଲ୍ଲାରୁ ଆଉ ଏକ ବଧୂ ହତ୍ୟା ଘଟଣା ଦେଖିବାକୁ ମିଳିଛି । ପାପଡାହାଣ୍ଡି ଗାଁରେ ଯୌତୁକ ଜନିତ ବଧୂ ହତ୍ୟା ହୋଇଥିବା ଘଟଣା ଗୁରୁବାର ସକାଳେ ଜଣାପଡିଥିଲା । ପରେ ପୁଣି ଏକ ଅନୁରୂପ ଘଟଣା ରାଇଘର ଥାନା ଅନ୍ତର୍ଗତ ସରଗୁଲି, ଡି.ଏନ.କେ ଗାଁରେ ଜଣେ ନଵ ବିବାହିତାଙ୍କୁ ଶାଶୁ ଘର ଲୋକ ବେକରେ ଶାଢ଼ୀ ଲଗାଇ ଫ୍ୟାନରେ ଟାଙ୍ଗି ଦେଇଥିବା ନବବଧୂର ପରିବାର ଅଭିଯୋଗ କରିଛନ୍ତି ।

ନବ ବିବାହିତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

୪ ମାସ ତଳେ ଉମରକୋଟ ଥାନା ଚାଟିଗୁଡା ଗାଁର ନାରାୟଣ ସର୍ଦାରଙ୍କ ୧୯ ବର୍ଷର ଝିଅ ଅପର୍ଣ୍ଣାଙ୍କୁ ରାଇଘର ଥାନା ସରଗୁଲି ଗାଁର ପ୍ରଦୀପ ମଣ୍ଡଳଙ୍କ ୨୫ ବର୍ଷର ପୁଅ ଜୟନ୍ତ ମଣ୍ଡଳ, ଅପର୍ଣ୍ଣାଙ୍କ ପରିବାରର ଅନିଚ୍ଛା ସତ୍ତ୍ୱେ ଗତ ୪ ମାସ ତଳେ ଅପର୍ଣ୍ଣାଙ୍କୁ ବାହା ହୋଇଥିଲେ। ଦୁଇ ଜଣ ନବ ବିବାହିତ ଖୁସିରେ ଥିଲେ ଏବଂ ଅପର୍ଣ୍ଣାଙ୍କ ବ୍ୟବହାର ମଧ୍ୟ ଅତ୍ୟନ୍ତ ଭଲ ଥିଲା । କିନ୍ତୁ ହଠାତ କଣ ହୋଇଥିଲା ଯେ, ସକାଳୁ ଏଭଳି ଘଟଣା ଘଟିଥିଲା । ତେବେ ଅପର୍ଣ୍ଣାଙ୍କ ପରିବାର ଜ୍ୱାଇଁ ଓ ତାଙ୍କ ପରିବାର ଲୋକେ ଅପର୍ଣ୍ଣାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ରାଇଘର ପୋଲିସ ଅପର୍ଣ୍ଣାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details