ଓଡିଶା

odisha

ETV Bharat / state

କୋରୋନା ଭୟ, ଗୁଜବ ପ୍ରଚାର ପରେ ନିମ୍ବଗଛ ମୂଳେ ବଢୁଛି ଭିଡ - କୋରୋନା ଗୁଜବ

ସାରା ଦେଶରେ କୋରୋନା ପାଇଁ ଲକ ଡାଉନ ହୋଇଥବା ବେଳେ ଲୋକେ ଆତଙ୍କିତ ହୋଇ ଘରେ ରହୁଛନ୍ତି । ଏପରି ସମୟରେ କୋରୋନା ନେଇ ଗୁଜବ ମଧ୍ୟ ପ୍ରଚାର ହେଉଛି । ଅଧିକ ପଢନ୍ତୁ...

corona rumor in nabarangpur, nabarangpur latest news, corona rumor, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଗୁଜବ, ନବରଙ୍ଗପୁରରେ କୋରୋନାକତୁ ନେଇ ଗୁଜବ
କୋରୋନାକୁ ନେଇ ନବରଙ୍ଗପୁରରେ ପୁତ୍ରହନ୍ତା ଗୁଜବ, ଲୋକେ ଆତଙ୍କିତ

By

Published : Mar 27, 2020, 11:13 PM IST

ନବରଙ୍ଗପୁର: ସାରା ଦେଶରେ କୋରୋନା ପାଇଁ ଲକ ଡାଉନ ହୋଇଥବା ବେଳେ ଲୋକେ ଆତଙ୍କିତ ହୋଇ ଘରେ ରହୁଛନ୍ତି । ଏପରି ସମୟରେ କୋରୋନା ନେଇ ଗୁଜବ ମଧ୍ୟ ପ୍ରଚାର ହେଉଛି । ଠିକ ଏପରି ଏକ ଗୁଜବର ଶିକାର ହୋଇ ନିମ୍ବ ଗଛରେ 7 ଢାଳ ପାଣି ଦେଇ ଲୋକେ ଦୀପ ଓ ଧୂପ ଜାଳୁଥିବା ଦେଖିବାକୁ ମିଳିଛି । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ସଦର ମହକୁମାଠାରେ ।

କୋରୋନାକୁ ନେଇ ନବରଙ୍ଗପୁରରେ ପୁତ୍ରହନ୍ତା ଗୁଜବ, ଲୋକେ ଆତଙ୍କିତ

ସୂଚନା ଅନୁସାରେ ଛତିଶଗଡ ଅଞ୍ଚଳରୁ କେହି ଜଣେ ଫୋନ ଯୋଗେ ଦୁଇଟି ପୁଅ ଥିଲେ ନିମ୍ବ ଗଛରେ 7 ଢାଳ ପାଣି ଦେଇ ଦୀପ ଓ ଧୂପ ଜଳାଇବା ପାଇଁ କହିଥିଲେ । ନଚେତ୍‌ ପୁଅର କ୍ଷତି ହେବ ବୋଲି କହି ଆତଙ୍କ ସୃଷ୍ଟି କରିଥିଲେ । ଏହା ପରେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ରାତିରେ ନିମ୍ବ ଗଛରେ ପୂଜା କରୁଥିବା ଦେଖିବାକୁ ମିଳୁଛି । ତେବେ ଏହି କଥା ପ୍ରଚାର ହେବା ପରେ ଯେଉଁଠି ନିମ୍ବ ଗଛ ମିଳିଲା ସେଠି ମହିଳାମାନଙ୍କ ଭିଡ ଦେଖିବାକୁ ମିଳୁଛି ।

ଆଧୁନିକ ସମୟରେ ବିଜ୍ଞାନର ଏତେ ପ୍ରଗତି ସତ୍ତ୍ବେ ଏପରି ଗୁଜବରେ ଲୋକଙ୍କ ବିଶ୍ବାସକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details