ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ନୂଆ 15 କୋରୋନା ପଜିଟିଭ ଚିହ୍ନଟ

ନବରଙ୍ଗପୁରରୁ ମଙ୍ଗଳବାର ନୂଆ 15 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛନ୍ତି । ଅଧିକ ପଢନ୍ତୁ...

By

Published : Nov 17, 2020, 2:32 PM IST

ନବରଙ୍ଗପୁରରେ ନୂଆ 15 କୋରୋନା ପଜିଟିଭ ଚିହ୍ନଟ
ନବରଙ୍ଗପୁରରେ ନୂଆ 15 କୋରୋନା ପଜିଟିଭ ଚିହ୍ନଟ

ନବରଙ୍ଗପୁର: ସାରା ବିଶ୍ବ ଏବେ କୋରୋନା କବଳରେ । କିଛି ଦିନ ହେବ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଖ୍ୟା କମିଥିବା ବେଳେ ମଙ୍ଗଳବାର ନବରଙ୍ଗପୁରରେ ନୂଆ 15 ପଜିଟିଭ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁରରେ ନୂଆ 15 କୋରୋନା ପଜିଟିଭ ଚିହ୍ନଟ

ନୂଆ ପଜିଟିଭ ଚିହ୍ନଟ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି । ମଙ୍ଗଳବାର ନୂଆ ସଂକ୍ରମିତ ମାନଙ୍କ ମଧ୍ୟରୁ ଉମରକୋଟ ପୌରାଞ୍ଚଳ ଓ ଝରିଗାଁ ବ୍ଲକରୁ 3 ଜଣ ଲେଖାଏଁ ସଂକ୍ରମିତ ରହିଥିବାବେଳେ ନବରଙ୍ଗପୁର ପୌରାଞ୍ଚଳ ଏବଂ ଉମରକୋଟ, ରାଇଘର ବ୍ଲକରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି l ସେହିପରି ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ଡାବୁଗାଁ ବ୍ଲକରୁ ଜଣେ ଲେଖାଏଁ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଉଛନ୍ତି ।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 142 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 108ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଛି । ସମୁଦାୟ ଆକ୍ରାନ୍ତମାନଙ୍କ ମଧ୍ୟରୁ 5,451 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 1ଲକ୍ଷ 7ହଜାର 828 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ଼ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details