ନବରଙ୍ଗପୁର: ଜିଲ୍ଲାରେ ନିର୍ମାଣ ହେବ ନୂୂଆ ବ୍ରିଜ । ନବରଙ୍ଗପୁର-ଦିଗିସାଲପ ମୁଖ୍ୟ ରାସ୍ତା ମଧ୍ୟରେ ଥିବା ସିନ୍ଧିଗୁଡା ନାଳ ଠାରେ ନୂତନ ବ୍ରିଜ ନିର୍ମାଣ ହେବା ନେଇ ଶୁଭ ଦେଇଛନ୍ତି ବିଧାୟକ ସଦାଶିବ ପ୍ରଧାନୀ । ବ୍ରିଜ ନିର୍ମାଣ ପାଇଁ 3କୋଟି 83ଲକ୍ଷର ବ୍ୟୟ ଅଟକଳ ହୋଇଛି ।
ସିନ୍ଧିଗୁଡା ନାଳ ନିକଟରେ ଥିବା ଅଣ ଓସାରିଆ ପୁରାତନ ବ୍ରିଜ ଯୋଗୁଁ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବ୍ରିଜରେ ଗୋଟିଏ ଚାରିଚକିଆ ଗାଡି ଯିବା ସମୟରେ ଅନ୍ୟ ଗାଡି ଚଳାଚଳରେ ବହୁତ ଅସୁବିଧା ହେଉଥିଲା । ବ୍ରିଜକୁ ସଂଯୋଗ କରୁଥିବା ରାସ୍ତା ଅଣଓସାରିଆ ହୋଇଥିବାରୁ ବହୁ ବାର ଦୁର୍ଘଟଣା ଘଟିଛି । ସବୁ ସମସ୍ୟାର ସମାଧାନ ନେଇ ନନ୍ଦାହାଣ୍ଡି ବ୍ଲକ ଅଞ୍ଚଳର ବହୁ ଦିନରୁ ବ୍ରିଜଟି ନିର୍ମାଣ ହେବାକୁ ଦାବି ହୋଇ ଆସୁଥିଲା । ଶେଷରେ ଲୋକଙ୍କ ଦାବି ପୂରଣ ହୋଇଛିି । ନୂତନ ବ୍ରିଜ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ।