ନବରଙ୍ଗପୁର:ନବଜାତ ଶିଶୁପୁତ୍ରକୁ ମୃତ୍ୟୁମୁଖରୁ ଉଦ୍ଧାର କଲେ ମହିଳା । ଅଳିଆଗଦାରୁ ଶିଶୁରୁ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ନେଇଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଟିଚର କଲୋନୀରେ ।
ସୂଚନା ଅନୁସାରେ ଉମରକୋଟ ଟିଚର କଲୋନୀରେ ନବଜାତ ଶିଶୁପୁତ୍ରଟିକୁ ପିଆଜ ବସ୍ତାରେ ଭର୍ତ୍ତି କରି ସ୍ଥାନୀୟ ଅଳିଆଗଦାରେ କେହି ଫୋପାଡ଼ି ଚାଲିଯାଇଥିଲା । ଆଖପାଖରେ ଥିବା ଲୋକେ ସେଇ ଅଳିଆ ଗୋଦାରେ ଅଳିଆ ଫିଙ୍ଗିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ସେଇ ଅଳିଆଗଦାରେ ପାଣି ଫିଙ୍ଗିବାରୁ ଛୁଆଟି ଜୋରରେ କାନ୍ଦିବାକୁ ଆରମ୍ଭ କରିଥିଲା । ସଙ୍ଗେ ସଙ୍ଗେ ଛୁଆଟିକୁ ବସ୍ତା ଭିତରୁ ବାହାର କରିବାରୁ ଶିଶୁପୁତ୍ର ଦେହରେ ପିମ୍ପୁଡି ଭର୍ତ୍ତି ଦେଖି ଚିକିତ୍ସା ପାଇଁ ଉମରକୋଟ ମେଡିକାଲକୁ ନେଇଥିଲେ ।