ନବରଙ୍ଗପୁର: ଜିଲ୍ଲାର ରାଇଘର ଓ କୁନ୍ଦେଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି l ଏହା ଜୁଲାଇ ୨୮ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀ ପକ୍ଷରୁ ଅନୁରୋଧ କରାଯାଇଛି । ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ମାଓବାଦୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରି ଆସୁଥିବା ଦେଖିବାକୁ ମିଳୁଛି l
ସେପଟେ ନକ୍ସଲ ନେତା ଚାରୁ ମଜୁମଦାର ଓ କହ୍ନେଇ ଚାଟାର୍ଜି ସହିଦ ହେବା ପରେ ଏହି ସପ୍ତାହକୁ ସହିଦ ସପ୍ତାହ ଭାବରେ ପାଳନ କରିବାକୁ ମାଓବାଦୀ ସଙ୍ଗଠନ ପକ୍ଷରୁ ଅନୁରୋଧ କରାଯାଇଛି | ଏହି ଅବସରରେ ଆଜି (ବୁଧବାର) ଜିଲ୍ଲାର ରାଇଘର ବ୍ଲକର ଗଞ୍ଜାପାରା, ହିରି (ନୁଆପାରା) ଆଦି ବିଭିନ୍ନ ଅଞ୍ଚଳରେ ମାଓ ବ୍ୟାନର ଓ ପୋଷ୍ଟର ମରା ଯାଇଥିବା ଦେଖିବାକୁ ମିଳିଛି l