ମାଆ ଭଣ୍ଡାରଘରଣୀଙ୍କ ନବରାତ୍ରୀ ପୂଜା ଆରମ୍ଭ, ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା କଡାକଡି ନବରଙ୍ଗପୁର: ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାରଘରଣୀଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି । ବହୁ ପୁରାତନ କାଳରୁ ଅର୍ଥାତ ରାଜରାଜୁଡା ସମୟରୁ ଏଠାରେ ନବରାତ୍ରୀ ପୂଜା କରାଯାଇଆସୁଛି । ଆଶ୍ୱିନ ଶୁକ୍ଳ ପ୍ରତିପଦାରେ ମାଆଙ୍କ ପ୍ରତୀକ ପାଟଖଣ୍ଡାକୁ ମହା ଆଡମ୍ବର ସହକାରେ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇଥିଲା । ପରେ ସ୍ଥାନୀୟ ପ୍ରତାପ ସାଗରରେ ମହାସ୍ନାନ କରାଯାଇ ମାଆଙ୍କ ପ୍ରତୀକକୁ ପୀଠରେ ସ୍ଥାପନା କରାଯାଇଛି ।
ଏହାମଧ୍ୟ ପଢନ୍ତୁ..ଆଜିଠୁ ଆରମ୍ଭ ନବରାତ୍ରୀ ପୂଜା, ବୌଦ୍ଧରେ ମା' ଭୈରବୀଙ୍କ ପୀଠ ଚଳଚଞ୍ଚଳ
ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ ନବରାତ୍ର ପୂଜା ମହା ଆଡ଼ମ୍ବରରେ ଆରମ୍ଭ ହୋଇ ଯାଇଛି। ବିଧିବିଧାନ ଅନୁଯାୟୀ, ଆଶ୍ୱିନ ଶୁକ୍ଳ ପ୍ରତିପଦାରେ ମାଆଙ୍କ ପ୍ରତୀକ ପାଟଖଣ୍ଡାକୁ ମହା ଆଡମ୍ବର ସହକାରେ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇଥିଲା । ଏହାପରେ ସ୍ଥାନୀୟ ପ୍ରତାପ ସାଗରକୁ ନିଆଯାଇ ମହାସ୍ନାନ କରିବା ପରେ ମାଙ୍କ ପ୍ରତୀକକୁ ଆଣି ପୁଣି ପୀଠରେ ସ୍ଥାପନ କରାଯାଇଥିଲା l ନବରାତ୍ରୀ ପୂଜାର ପ୍ରଥମ ଦିନରୁ ହିଁ ମାନସିକଧାରୀ ମାନେ ମାଆଙ୍କ ପାଖରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରିଥାଆନ୍ତି ଓ ବ୍ରତ ଆରମ୍ଭ କରିଥାଆନ୍ତି ।
ତେବେ ନବରଙ୍ଗପୁର ସହ ଆଦ୍ୟ ପୀଠ ରାଜ ଜଗନ୍ନାଥପୁରରେ ମଧ୍ୟ ନବରାତ୍ର ପୂଜା ଆନନ୍ଦ ସହକାରେ ପାଳନ କରାଯାଉଛି । ନବରାତ୍ରର ଏହି 9 ଦିନ ମାଆଙ୍କ ବିଗ୍ରହ ପାଟଖଣ୍ଡା ରୂପରେ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥାଆନ୍ତି । ରାଜ ପରିବାର ସଦସ୍ୟଙ୍କ ଦ୍ୱାରା ଶୁଭ ଖୁଣ୍ଟି ପ୍ରତିଷ୍ଠା ପରେ ମହାଦୀପ ପ୍ରଜ୍ବଳନ କରିବା ପରେ ମାନସିକଧାରୀମାନେ ଦୀପ ପ୍ରଜ୍ବଳନ କରିଥାନ୍ତି । ତେବେ ସାବରୀ ତନ୍ତ୍ର ପୀଠରେ ମାଆଙ୍କୁ ଯାହା ମନାସିଲେ ତାହା ମିଳିଯାଏ ବୋଲି ସମସ୍ତଙ୍କ ମନରେ ଗଭୀର ବିଶ୍ୱାସ ରହିଛି l ନବରାତ୍ରୀର ପ୍ରଥମ ଦିନରେ ମାଆଙ୍କ ପୀଠରେ 1008 ଦୀପ ଲାଗିଥିବା ସୂଚନା ରହିଛି ।
ଏହାମଧ୍ୟ ପଢନ୍ତୁ..ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ସମଲେଶ୍ୱରୀ
ତେବେ କୋଭିଡ କଟକଣା ନଥିବା ଯୋଗୁଁ ମାଆଙ୍କ ଦର୍ଶନ ପାଇଁ ଶତାଧିକ ଭକ୍ତଙ୍କ ସୁଅ ଛୁଟିଛି । ଯାହାକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡାକଡା କରାଯାଇଛି । ସୂଚନା ଅନୁଯାୟୀ, ନରସିଂହ ଦେବଙ୍କ ପୁତ୍ର ଶ୍ରୀ ଶ୍ରୀ ଚୈତନ୍ୟ ଦେବ ମହାରାଜାଙ୍କ ଇଷ୍ଟ ଦେବୀ ଥିଲେ ମା ଭଣ୍ଡାରଘରଣୀ l ସେହି ରାଜରାଜୁ଼ଡା ସମୟରୁ ହିଁ ଏଠାରେ ନବରାତ୍ର ପୂଜା ହୋଇଆସୁଛି । ଯିଏ ଯେତେ ଦୂରରେ ଥିଲେ ମଧ୍ୟ ମାଆ ସେମାନଙ୍କ ଦୁଖ ହରଣ କରନ୍ତି ବୋଲି ସମସ୍ତଙ୍କ ମନରେ ଦୃଢ ବିଶ୍ବାସ ରହିଛି ।
ଇଟିଭି ଭାରତ, ନବରଙ୍ଗପୁର