ଓଡିଶା

odisha

By

Published : Jun 6, 2019, 2:46 PM IST

ETV Bharat / state

ନବୀନ ସରକାର ଆଦିବାସୀ ବିରୋଧି: ଭୁଜବଳ ମାଝୀ

ନବୀନ ସରକାର ଆଦିବାସୀ ବିରୋଧି। ଯାହା ତାଙ୍କର ମନ୍ତ୍ରୀମଣ୍ଡଳ ଗଠନରୁ ଜଣାପଡିଛି ବୋଲି ରାଜ୍ୟ କଂଗ୍ରେସର ଆଦିବାସୀ ସେଲ ପକ୍ଷରୁ ଅଭିଯୋଗ କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂତନ ମନ୍ତ୍ରୀପରିଷଦ ଗଠନ ପ୍ରସଙ୍ଗରେ ଟାର୍ଗେଟ କରିଛି ବିରୋଧି କଂଗ୍ରେସ । ତାଙ୍କର ସରକାର ଆଦିବାସୀ ବିରୋଧି । ଯାହାର ପ୍ରମାଣ ତାଙ୍କର ନବଗଠିତ ମନ୍ତ୍ରୀମଣ୍ଡଳରୁ ମିଳିଯାଇଛି । ଏଥିରେ ଆଦିବାସୀଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ରାଜ୍ୟ କଂଗ୍ରେସର ଆଦିବାସୀ ସେଲ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଭୁଜବଳ ମାଝୀ ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଆଦିବାସୀଙ୍କ ପ୍ରତି ନବୀନଙ୍କ ଦରଦ ନାହିଁ । ନିଜ ମନ୍ତ୍ରୀମଣ୍ଡଳରେ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀପଦଟି କ୍ୟାବିନେଟ ବଦଳରେ ରାଜ୍ୟ ପାହ୍ୟା ପଦ ଦେଇ ଆଇନର ଉଲଂଘନ କରିଛନ୍ତି । ଦେଶ ସ୍ବାଧୀନ ହେବା ପରଠାରୁ ପ୍ରତ୍ୟେକ ସରକାରର ମନ୍ତ୍ରୀମଣ୍ଡଳରେ ଆଦିବାସୀଙ୍କୁ ସମ୍ମାନ ଦିଆଯାଇ ଏହି ସମ୍ପ୍ରଦାୟର ଜଣେ ମନ୍ତ୍ରୀଙ୍କୁ ନିଶ୍ଚିତ ଭାବେ ଏକ କ୍ୟାବିନେଟ ପାହ୍ୟା ଦିଆ ଯାଇଆସୁଛି । ଆଉ ପ୍ରତ୍ୟେକ ଥର ନବୀନ ସରକାର ଆଦିବାସୀ ବିଭାଗକୁ କ୍ୟାବିନେଟ ରାଙ୍କ ଦେଉଥିଲେ । ଚଳିତ ଥର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ନିଜର ସଂଖ୍ୟାଗରିଷ୍ଠର ଅହଂକାରରେ ଚୁର ହୋଇ ଯାଇଛନ୍ତି ନବୀନ । ଯେଉଁଥି ପାଇଁ ଆଦିବାସୀଙ୍କୁ ଏଥର ଅଣଦେଖା କରିଛନ୍ତି । ଏହା ଦ୍ବାରା ସେ, ସେମାନଙ୍କୁ ଅପମାନିତ ଏବଂ ନିନ୍ଦିତ କରିଥିବା ଭୁଜବଳ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସେପଟେ ଦଳର ଅନ୍ୟତମ ପୂର୍ବତନ ବିଧାୟକ ସଦନ ନାୟକ ମଧ୍ୟ ନବୀନଙ୍କ ଦ୍ବାରା ଗଠିତ ହୋଇଥିବା ମନ୍ତ୍ରୀମଣ୍ଡଳ ସମ୍ବିଧାନର ବିରୋଧ କରୁଛି । ଯାହାଫଳରେ କ୍ୟାବିନେଟ ମିଟିଂରେ ଆଦିବାସୀଙ୍କ ହିତ ପାଇଁ ସ୍ବର ଉତ୍ତୋଳନ କରିବାକୁ କେହି ପ୍ରତିନିଧି ନଥିବେ । ଆଦିବାସୀ ମାନେ ପ୍ରକୃତ ନ୍ୟାୟ ପାଇବାରୁ ଆଦିବାସୀ ବଞ୍ଚିତ ହେବା ନେଇ ଜଣାଇ ଦେଇଛନ୍ତି । ଯଦି ନବୀନ ଆଦିବାସୀଙ୍କ ବିକାଶ ଚାହୁଁଛନ୍ତି ତାହେଲେ ନିଜ ମନ୍ତ୍ରୀମଣ୍ଡଳରେ ଆଦିବାସୀ ବିଭାଗ ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟା ଦେବା ଦିଗରେ ପଦକ୍ଷେପ ନିଅନ୍ତୁ । ନଚେତ ଆଗାମୀ ଦିନରେ କଂଗ୍ରେସ ଆଦିବାସୀ ସେଲ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବା ସହ ଲୋକଙ୍କୁ ଏ ପ୍ରସଙ୍ଗରେ ଅବଗତ କରାଯିବ ବୋଲି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀ ମାଧ୍ୟମରେ ଜଣାଇ ଦିଆଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details