ନବରଙ୍ଗପୁର:ଆଜି ମାର୍ଗଶୀର ମାସର ପ୍ରଥମ ଗୁରୁବାର । ଆଜି ମାଆ ଲକ୍ଷ୍ମୀଙ୍କ ବାର ଘରେ ଘରେ ପୂଜା ପାଉଛନ୍ତି ଏହି ଭଳି ପବିତ୍ର ଦିନରେ ନବରଙ୍ଗପୁରରେ ଗଡ଼ିଛି ଲକ୍ଷ୍ମୀ ବସ । ଗମନା ଗମନର ସୁବିଧା ହେତୁ ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସହାୟକ ହେବ । ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଉଦଘାଟନ କରିଛନ୍ତି ।ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖ ପଡିଆରେ ଏହି କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା ।
ନବରଙ୍ଗପୁରରେ ୪୫ଟି ବସ ଯୋଗାଇ ଦିଆଯାଇଛି ୪୩ ଗୋଟି ରୁଟରେ ଗଡିବ ଏହି ବସ ।ଏହା ଦ୍ୱାରା ଉପାନ୍ତ ଅଞ୍ଚଳରେ ଗମନାଗମନରେ ଉନ୍ନତି ଆସି ପାରିବ । ମିଶନ ଶକ୍ତି ମହିଳା, ଭିନ୍ନକ୍ଷମ, ଗର୍ଭବତୀ, ମହିଳା ମାନେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ସହଜରେ ଆସିପାରିବେ । ଲକ୍ଷ୍ମୀ ସେବା ଦ୍ୱାରା ନବରଙ୍ଗପୁର ଜିଲ୍ଲାରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଥିଲେ ମୁଖ୍ୟମନ୍ତ୍ରୀ । ଭର୍ଚୁୃଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପରିବହନ ସଚିବ ଉଷା ପାଢ଼ୀଙ୍କ ସହ ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଓ ଯୋଗଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ....ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ, ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାତ୍ରା