ନବରଙ୍ଗପୁର: ଆଶ୍ବୀନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ଦିନଠୁ ଆରମ୍ଭ ହୋଇଛି ଜଗତ ଜନନୀ ମା’ ଦୁର୍ଗାଙ୍କ ନବରାତ୍ରୀ । ଏହି ଦିନ ଠାରୁ ଦଶହରା ପର୍ଯ୍ୟନ୍ତ ନବରଙ୍ଗପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ପୀଠରେ ମହାଆଡମ୍ବରରେ ପୂଜା ପାଇଥାନ୍ତି ମା’।
ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଦର୍ଶନ କରି ନବରାତ୍ରୀ ପାଳନ କରନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଭକ୍ତଙ୍କ ବିନା ପୂଜା ପାଇବେ ମା’ ଭଣ୍ଡାର ଘରଣୀ ।