ନବରଙ୍ଗପୁର/କେନ୍ଦୁଝର: ପୂର୍ବତନ ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅବସରରେ ସମସ୍ତ ସ୍କୁଲ କଲେଜ ଗୁଡିକରେ ପାଳନ ହୋଇଯାଇଛି ଜାତୀୟ କ୍ରୀଡା ଦିବସ । ନବରରଙ୍ଗପୁର ଓ କେନ୍ଦୁଝରର ବିଭିନ୍ନ ସ୍ଥାନରେ ରାଲି ଓ କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ନବରରଙ୍ଗପୁର ଆରସିଡି ନୋଡାଲ ହାଇସ୍କୁଲରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭଣ୍ଡାରଘରଣୀ ମନ୍ଦିର ପାଖରୁ ଏକ ରାଲିରେ ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ସହର ପରିକ୍ରମା କରିଥିଲେ । ସ୍କୁଲର ଛାତ୍ରଛାତ୍ରୀଙ୍କୁ କ୍ରୀଡା ବିଷୟରେ ସଚେତନତା କରିବା ସହିତ ଜିଲ୍ଲାକୁ କ୍ରୀଡା କ୍ଷେତ୍ରରେ କିପରି ଆଗେଇ ନିଆଯିବ ସେ ନେଇ ଛାତ୍ରଛାତ୍ରୀଙ୍କୁ କହିଥିଲେ ଜିଲ୍ଲା ପ୍ରଶାସନ । ଏହାର ଶୁଭ ଉଦଘାଟନ କରିଥିଲେ ଜିଲ୍ଲା ପ୍ରଶାସନ ଡ଼ଃ ଅଜିତ କୁମାର ମିଶ୍ର ।