ନବରଙ୍ଗପୁର: ଜିଲ୍ଲା ଡାବୁଗାଁ ବ୍ଲକକୁ ଜାତୀୟ ସ୍ତରୀୟ ସମୀକ୍ଷକ ଦଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି । ଜାତୀୟ ସମୀକ୍ଷକ ଦଳର ଶ୍ରୀନିବାସ ରେଡ୍ଡୀ ଏବଂ ରାମ ମୋହନ ରେଡ୍ଡୀଙ୍କ ନେତୃତ୍ଵରେ ୨ ଜଣିଆ ଦଳ ଡାବୁଗାଁ ବ୍ଲକର ଘୋଡାଖୁଣ୍ଟା, ଜୁନାପାଣି ଓ ଚଚରାଗୁଡା ପଞ୍ଚାୟତର ବିଭିନ୍ନ ଉନ୍ନୟନ ଏମଜିଏନଆରଇଜିଏସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ପେନସନ ଯୋଜନା, ସ୍ଵୟଂ ସହାୟକ ଗୋଷ୍ଠୀ ଯୋଜନା, ଗ୍ରାମ୍ୟ ଉନ୍ନୟନ, ବନ ବିଭାଗ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଇତ୍ୟାଦି ଯୋଜନା ଗୁଡିକରେ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ ଏବଂ ସମୀକ୍ଷା କରିଥିଲେ |
ଡାବୁଗାଁରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲା ଜାତୀୟ ସ୍ତରୀୟ ସମୀକ୍ଷକ ଦଳ - ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲା ଜାତୀୟ ସ୍ତରୀୟ ସମୀକ୍ଷକ ଦଳ
ନବରଙ୍ଗପୁର ଡାବୁଗାଁ ଗସ୍ତ କରି ସେଠାକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦର୍ଶନ କଲା ଜାତୀୟ ସ୍ତରୀୟ ସମୀକ୍ଷକ ଦଳ । ଅଧିକ ପଢନ୍ତୁ...
![ଡାବୁଗାଁରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲା ଜାତୀୟ ସ୍ତରୀୟ ସମୀକ୍ଷକ ଦଳ ଡାବୁଗାଁ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲା ଜାତୀୟ ସ୍ତରୀୟ ସମୀକ୍ଷକ ଦଳ](https://etvbharatimages.akamaized.net/etvbharat/prod-images/768-512-9386574-567-9386574-1604208032801.jpg)
ଏହାସହ ଉକ୍ତ ଯୋଜନା ଗୁଡିକର ହିତାଧିକାରୀ ମାନଙ୍କ ସହିତ ବାର୍ତ୍ତାଳାପ କରିବା ସହ ଯୋଜନା ଗୁଡିକର ଉପକାରିତା ବିଷୟରେ ଆଲୋଚନା କରିଥିଲେ । ଉକ୍ତ ସମୀକ୍ଷକ ଦଳକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟକାରୀ ଅଧିକାରୀ ରାଜେଶ ପଟ୍ଟନାୟକ, ଡାବୁଗାଁ ଭାରପ୍ରାପ୍ତ ବିଡିଓ ପଦ୍ମନାଭ ତ୍ରିପାଠୀ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, ସିଡିପିଓ ଯମୁନା ଭତ୍ରା, ମିଶନ ଶକ୍ତି ସଂଯୋଜିକା ରୋଜାଲିନ ପ୍ରଧାନ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବନବାସ ନାୟକ, ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ