ଓଡିଶା

odisha

ETV Bharat / state

କୋଦାଳ ଧରି ଅଳିଆ ଆବର୍ଜନା ସଫା କଲେ ନନ୍ଦାହାଣ୍ଡି ବିଡ଼ିଓ - ଅଳିଆ ଆବର୍ଜନାକୁ ସଫା କଲେ ବିଡ଼ିଓ

ରାସ୍ତା କଡ଼ରେ ଥିବା ଅଳିଆ ଆବର୍ଜନାକୁ ସଫା କଲେ ବିଡ଼ିଓ। ନିଜେ କୋଦାଳ ଧରି ସଫା କରୁଛନ୍ତି ନନ୍ଦାହାଣ୍ଡି ବିଡ଼ିଓ। ବିଡ଼ିଓଙ୍କ ଏପରି ମହାନ୍ କାର୍ଯ୍ୟ ଦେଖି ବେଶ୍ ପ୍ରଶଂସା କରିଛନ୍ତି ଜିଲ୍ଲାବାସୀ। ଅଧିକ ପଢନ୍ତୁ...

ରାସ୍ତା କଡ଼ ଅଳିଆ ଆବର୍ଜନାକୁ ସଫା କଲେ ବିଡ଼ିଓ
ରାସ୍ତା କଡ଼ ଅଳିଆ ଆବର୍ଜନାକୁ ସଫା କଲେ ବିଡ଼ିଓ

By

Published : Jun 6, 2021, 9:29 PM IST

ନବରଙ୍ଗପୁର: ରାସ୍ତା କଡ଼ରେ ଥିବା ଅଳିଆ ଆବର୍ଜନାକୁ ସଫା କଲେ ବିଡ଼ିଓ। ନିଜେ କୋଦାଳ ଧରି ସଫା କରୁଛନ୍ତି ନନ୍ଦାହାଣ୍ଡି ବିଡ଼ିଓ । ବିଡ଼ିଓଙ୍କ ଏପରି ମହାନ୍ କାର୍ଯ୍ୟ ଦେଖି ବେଶ୍ ପ୍ରଶଂସା କରିଛନ୍ତି ଜିଲ୍ଲାବାସୀ । ପ୍ରତିଦିନ ନିଜେ ଅଫିସ୍ ଯାଉଥିବା ରାସ୍ତାକୁ ସଫା କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ରାସ୍ତା କଡ଼ ଅଳିଆ ଆବର୍ଜନାକୁ ସଫା କଲେ ବିଡ଼ିଓ

ଭଲ କରି ଦେଖନ୍ତୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ମହକୁମାର ସରୁଗୁଡା ଗ୍ରାମର ରାସ୍ତାକୁ। ନବରଙ୍ଗପୁର ସହର ଠାରୁ ନନ୍ଦାହାଣ୍ଡି ବ୍ଲକ ସଦର ମହକୁମା ଠାରୁ ଇନ୍ଦ୍ରାବତୀକୁ ସଂଯୋଗ କରୁଛି ଏହି ରାସ୍ତା । ଏହି ରାସ୍ତା ଦେଇ ବହୁ ଯାନବାହାନ ଯାତାୟତ କରୁଥିବାବେଳେ ଏହି ଗ୍ରାମର ଲୋକମାନେ ଗ୍ରାମ ରାସ୍ତା କଡରେ ନାନା ଅଳିଆ ଆବର୍ଜନା ଫୋପାଡ଼ୁଛନ୍ତି । ଫଳରେ ରାସ୍ତାର ଦୁଇ କଡରେ ଥିବା ନାଳ ଧୀରେ ଧୀରେ ପୂର୍ଣ୍ଣ ମାତ୍ରାରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବା ଦେଖିବାକୁ ମିଳୁଛି ।

ଏହାକୁ ଦେଖି ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର କହଁର ନିଜେ ଗ୍ରାମ ଲୋକଙ୍କୁ ଡାକି କୋଦାଳ ଧରି ଗ୍ରାମର ନାଳ ସଫା କରିବା ଦୃଶ୍ୟ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଏହି ସମୟରେ ନନ୍ଦାହାଣ୍ଡି ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମନେଜସ ଫେଡ୍ରିକ ନାଗ, ସରକାରୀ ଯନ୍ତ୍ରୀ ଅଭିମନ୍ୟୁ ବେହେରା, ସରପଞ୍ଚ ବାବୁଲା ନିଙ୍ଗି, ମେମ୍ବର ଜଦୁ ମାଳି, ମେମ୍ବର ଉପେନ୍ଦ୍ର ମାଳିଙ୍କ ସହ ଗ୍ରାମର ବହୁ ଗଣ୍ୟମାନ୍ୟ ଲୋକ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details