ଓଡିଶା

odisha

ETV Bharat / state

କୋଷାଗୁମୁଡ଼ା ଘଟଣା; ମୃତ ନାବାଳିକା ପରିବାରକୁ ଭେଟିଲା ନବରଙ୍ଗପୁର ଓକିଲ ସଂଘ - କୋଷାଗୁମୁଡ଼ା ଘଟଣା

ବହୁଚର୍ଚ୍ଚିତ କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୃତ ପୀଡିତା ପରିବାରକୁ ଭେଟିଲା ନବରଙ୍ଗପୁର ଓକିଲ ସଂଘ । ପୂର୍ବରୁ ସଂଘ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ସପକ୍ଷରେ ମାମଲା ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

Nabrangpur bar association meet dead rape victim family
କୋଷାଗୁମୁଡ଼ା ଘଟଣା; ମୃତ ପୀଡିତାଙ୍କ ପରିବାରକୁ ଭେଟିଲେ ନବରଙ୍ଗପୁର ଓକିଲ ସଂଘ

By

Published : Dec 29, 2019, 5:41 PM IST

Updated : Dec 29, 2019, 11:36 PM IST

ନବରଙ୍ଗପୁର: ବହୁଚର୍ଚ୍ଚିତ କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ତାତିଛନ୍ତି ଓକିଲ । ମୃତ ପୀଡିତା ପରିବାରଙ୍କୁ ଭେଟିଛି ନବରଙ୍ଗପୁର ଓକିଲ ସଂଘର ସଦସ୍ୟ । ସଂଘର ସଭାପତି ନରସିଂହ ତ୍ରିପାଠୀଙ୍କ ନେତୃତ୍ବରେ ଓକିଲ ସଂଘର ଏକ ପ୍ରତିନିଧି ଦଳ ଗୁମଣ୍ଡଳୀ ଗାଁ ଗସ୍ତ କରିଥିଲେ । ମୃତ ନାବାଳିକାଙ୍କ ବାପା, ମା' ଓ ଅନ୍ୟ ପାରିବାରିକ ସଦସ୍ୟଙ୍କ ସହିତ ଘଟଣା ବାବଦରେ ସବିଶେଷ ଆଲୋଚନା କରିଥିଲେ ।

କୋଷାଗୁମୁଡ଼ା ଘଟଣା; ମୃତ ପୀଡିତାଙ୍କ ପରିବାରକୁ ଭେଟିଲେ ନବରଙ୍ଗପୁର ଓକିଲ ସଂଘ

ମୃତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଓକିଲ ସଂଘ ଶେଷ ପର୍ଯ୍ୟନ୍ତ ନିଜ ଲଢେଇ ଜାରି ରଖିବା ସହ ପରିବାର ସଦସ୍ୟଙ୍କ ସମର୍ଥନରେ ସର୍ବଦା ଛିଡା ହେବେ ବୋଲି ଆଶ୍ବସନା ଦେଇଥିଲେ । ପୂର୍ବରୁ ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି କି ନାହିଁ ସେ ନେଇ କୌଣସି ତଥ୍ୟ ଦେଉନଥିବାବେଳେ ନବରଙ୍ଗପୁର ଓକିଲ ସଂଘ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ସପକ୍ଷରେ କେସ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର କୌଣସି ଓକିଲ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ କେସ ନଲଢ଼ିବା ପାଇଁ ଜିଲ୍ଲା ଓକିଲ ସଂଘ ନିବେଦନ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Dec 29, 2019, 11:36 PM IST

ABOUT THE AUTHOR

...view details