ଓଡିଶା

odisha

ETV Bharat / state

ନବରଙ୍ଗପୁର ନାବାଳିକା ହତ୍ୟା ଘଟଣାରେ ସଫଳତା: ଏସପିଙ୍କୁ କୋଷାଗୁମୁଡାବାସୀଙ୍କ ସମ୍ବର୍ଦ୍ଧନା

ନବରଙ୍ଗପୁର ନାବାଳିକା ହତ୍ୟା ଘଟଣାରେ ପର୍ଦ୍ଦାଫାଶ ହୋଇଛି । ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ନବରଙ୍ଗପୁର ଏସପି । ଯାହାକୁ ନେଇ ଆଜି କୋଷାଗୁମୁଡାବାସୀ ଏସପିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି ।

nabarngpur sp felicitated
ନବରଙ୍ଗପୁର ଏସପିଙ୍କୁ କୋଷାଗୁମୁଡାବାସୀଙ୍କ ସ୍ବାଗତ ସମ୍ବର୍ଦ୍ଧନା

By

Published : Jan 6, 2020, 11:46 AM IST

ନବରଙ୍ଗପୁର: ବହୁ ଚର୍ଚ୍ଚିତ ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାଶ ପରେ ନବରଙ୍ଗପୁର ଏସପିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା । ହତ୍ୟା ଘଟଣାର ବହୁ ଦିନରେ ପରିବାରକୁ ନ୍ୟାୟ ମିଳିଥିବାରୁ କୋଷାଗୁମୁଡାବାସୀ ଏସପି ନୀତିନ କୁଶଲକରଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କ ସହ ନବରଙ୍ଗପୁର ଉପ-ଜିଲ୍ଲାପାଳ ଭାସ୍କର ରୋଇତ, କୋଷାଗୁମୁଡା ଥାନା ଅଧିକାରୀ ନଟବର ନନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।

ନାବାଳିକା ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦ ଦେଖିବାକୁ ମିଳିଥିଲା । ବିଳମ୍ବରେ ହେଉ ପଛେ ପୀଡିତାଙ୍କୁ ନ୍ୟାୟ ଦେଇଛନ୍ତି ନବରଙ୍ଗପୁର ଏସପି । ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ପୋଲିସ ସ୍କ୍ବାର୍ଡ ଗଠନ କରାଯାଇ ଅପରାଧିଙ୍କୁ ଧରାଯାଇଥିଲା । ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ କୋଟପାଡ ଥାନା ଅନ୍ତର୍ଗତ ପଖାନାଗୁଡା ଗାଁର ଖାଡୀ ଭତରା ଓ ସହଯୋଗୀ ଗୁମଣ୍ଡଳୀ ଗାଁର ବଳି ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ନବରଙ୍ଗପୁର ଏସପିଙ୍କୁ କୋଷାଗୁମୁଡାବାସୀଙ୍କ ସ୍ବାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର ଜିଲ୍ଲାରେ ଅପରାଧ ମୁକ୍ତ କରିବାକୁ ଏସପି ସର୍ବଦା ଚେଷ୍ଟିତ ଥିବାବେଳେ, ଲୋକଙ୍କ ହିତରେ କାମ କରିବେ ବୋଲି କହିଛନ୍ତି ଏସପି କୁଶଲକର । କୋଷାଗୁମୁଡା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ନବରଙ୍ଗପୁର କୋଷାଗୁମୁଡା ବ୍ଲକର ଆଦିବାସୀଙ୍କ ସମେତ ଖ୍ରୀଷ୍ଟିୟାନ ସମାଜ ହିମାଂଶୁ ଶେଖର ବାଘ ସୁନ୍ଦର ମୋହନ ସିସାକ, ଅଲବନ ସିସାକ, ୟୁଲୀୟମ ସିପା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ତୁଲାଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details