ଓଡିଶା

odisha

ETV Bharat / state

ଦକ୍ଷିଣାଞ୍ଚଳ ଆରଡିସିଙ୍କ ନବରଙ୍ଗପୁର ଗସ୍ତ - କୋରୋନାକୁ ନେଇ ଆଲୋଚନା କଲେ ଆରଡିସି

ଦକ୍ଷିଣାଞ୍ଚଳ ଆରଡିସି ଟି.ଏଓ ଙ୍କ ନବରଙ୍ଗପୁର ଗସ୍ତ । ବିଏଇଡି କଲେଜରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ମେଡିକାଲ ପରିଦର୍ଶନରେ ଯାଇଥିଲେ । ଅଧିକ ପଢନ୍ତୁ...

ଦକ୍ଷିଣାଞ୍ଚଳ ଆରଡିସିଙ୍କ ନବରଙ୍ଗପୁର ଗସ୍ତ
ଦକ୍ଷିଣାଞ୍ଚଳ ଆରଡିସିଙ୍କ ନବରଙ୍ଗପୁର ଗସ୍ତ

By

Published : Apr 30, 2020, 10:43 PM IST

ନବରଙ୍ଗପୁର: ଦକ୍ଷିଣାଞ୍ଚଳ ଆରଡିସି ଟି.ଏଓଙ୍କ ନବରଙ୍ଗପୁର ଗସ୍ତ । ଦକ୍ଷିଣାଞ୍ଚଳର ବିଭିନ୍ନ ଜିଲ୍ଲା ଗସ୍ତ କରି ନବରଙ୍ଗପୁର ଠାରେ ପହଞ୍ଚିଛନ୍ତି ଆରଡିସି । ଏହି ଗସ୍ତ ଅବସରରେ ସେ ପ୍ରଥମେ ସ୍ଥାନୀୟ ସର୍କିଟ ହାଉସଠାରେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ପଦାଧିକାରୀଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପରେ ବିଏଇଡି କଲେଜରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ମେଡିକାଲ ପରିଦର୍ଶନରେ ଯାଇଥିଲେ ।

ଦକ୍ଷିଣାଞ୍ଚଳ ଆରଡିସିଙ୍କ ନବରଙ୍ଗପୁର ଗସ୍ତ
ଦକ୍ଷିଣାଞ୍ଚଳ ଆରଡିସିଙ୍କ ନବରଙ୍ଗପୁର ଗସ୍ତ

ସେଠାରେ ମେଡିକାଲ ବୁଲି ଦେଖିବା ସହ ମେଡିକାଲରେ ଆନୁସଙ୍ଗିକ ସୁବିଧା ସୁଯୋଗ ତଥା ବାସ୍ତବ ସ୍ଥିତି ନେଇ ଜିଲ୍ଲାପାଳ, ସିଡିଏମଓ ଓ କୋଭିଡ ମେଡିକାଲର ଇନଚାର୍ଜଙ୍କ ଠାରୁ ଅବଗତ ହୋଇଥିଲେ । ଖୁବଶୀଘ୍ର ବାହାର ରାଜ୍ୟରେ ଫସିଥିବା ଦାଦନ ଶ୍ରମିକମାନେ ଫେରିବାକୁ ଥିବା ବେଳେ ଆରଡିସିଙ୍କ ଏହି ଗସ୍ତକୁ ଖୁବ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି ।

ଦକ୍ଷିଣାଞ୍ଚଳ ଆରଡିସିଙ୍କ ନବରଙ୍ଗପୁର ଗସ୍ତ
ଦକ୍ଷିଣାଞ୍ଚଳ ଆରଡିସିଙ୍କ ନବରଙ୍ଗପୁର ଗସ୍ତ
ଦକ୍ଷିଣାଞ୍ଚଳ ଆରଡିସିଙ୍କ ନବରଙ୍ଗପୁର ଗସ୍ତ

ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ବି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ଭବିଷ୍ୟତରେ ସମସ୍ତ ସମ୍ଭାବ୍ୟ ପରିସ୍ଥିତି ନେଇ ସତର୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details