ଓଡିଶା

odisha

ETV Bharat / state

ସାମାଜିକ ଦୂରତା ନିୟମ ମାନି ରଜ ପାଳିଲେ ନବରଙ୍ଗପୁର ଗ୍ରାମାଞ୍ଚଳବାସୀ - nabrangpur news

ଚଳିତ ବର୍ଷ କୋରୋନା ପାଇଁ ଫିକା ପଡିଲା ଓଡିଆଙ୍କ ଗଣପର୍ବ ରଜ । ହେଲେ ନବରଙ୍ଗପୁର ଜିଲ୍ଲାର ଗ୍ରାମାଞ୍ଚଳରେ ରଜ ପର୍ବ ପାଳନ ହେଉଥିବା ଦେଖିବାକୁ ମିଳିଛି । ଘର ପରିସର ମଧ୍ୟରେ ସାମାଜିକ ଦୂରତା ରକ୍ଷାକରି ବିଭିନ୍ନ ପ୍ରକାରର ପିଠା ପଣା ତିଆରି କରି ପରସ୍ପର ମଧ୍ୟରେ ପିଠା ଖୁଆଇ ବେଶ ନିରାଡମ୍ବର ସହ ରଜ ପାଳନ କରିଛନ୍ତି ଗ୍ରାମାଞ୍ଚଳବାସୀ ।

Nabarangpur villagers celebrated the Raja festival in accordance with the rules of social distance
ସାମାଜିକ ଦୂରତା ନିୟମ ମାନି ରଜ ପର୍ବ ପାଳିଲେ ନବରଙ୍ଗପୁର ଗ୍ରାମାଞ୍ଚଳବାସୀ

By

Published : Jun 15, 2020, 10:39 PM IST

Updated : Jun 15, 2020, 10:50 PM IST

ନବରଙ୍ଗପୁର: ଚଳିତ ବର୍ଷ କୋରୋନା ପାଇଁ ଫିକା ପଡିଲା ଓଡିଆଙ୍କ ଗଣ ପର୍ବ ରଜ । ସୋମବାର ଥିଲା ରଜ ସଂକ୍ରାନ୍ତି । ଏହି ଉତ୍ସବରେ ଝିଅମାନେ ସଜବାଜ ହୋଇ ଗାଁ ବୁଲିବା ସହିତ ଦୋଳି ଖେଳରେ ମଜି ଯାଆନ୍ତି । କିନ୍ତୁ ଚଳିତ ବର୍ଷ କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ରଜ ପାଳନରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି ।

ସାମାଜିକ ଦୂରତା ନିୟମ ମାନି ରଜ ପର୍ବ ପାଳିଲେ ନବରଙ୍ଗପୁର ଗ୍ରାମାଞ୍ଚଳବାସୀ

ତେବେ ନବରଙ୍ଗପୁର ଜିଲ୍ଲାର ଗ୍ରାମାଞ୍ଚଳରେ ରଜ ପର୍ବ ପାଳନ ହେଉଥିବା ଦେଖିବାକୁ ମିଳିଥିଲା । ଘର ପରିସର ମଧ୍ୟରେ ସାମାଜିକ ଦୂରତା ରକ୍ଷାକରି ବିଭିନ୍ନ ପ୍ରକାରର ପିଠା ପଣା ତିଆରି କରି ପରସ୍ପର ମଧ୍ୟରେ ପିଠା ଖୁଆଇ ବେଶ ନିରାଡମ୍ବର ସହ ରଜ ପାଳନ କରିଛନ୍ତି ଗ୍ରାମାଞ୍ଚଳବାସୀ । ପର୍ବ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ନବରଙ୍ଗପୁର, ପାପଡାହାଣ୍ଡି, ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ଗାଁରେ ଝିଅମାନେ ନୂଆ ପୋଷାକ ପରିଧାନ କରି କୁଙ୍କୁମ ଅଳତା ଲଗାଇ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିସହ ଗାଁ ଗହଳିର ଆମ୍ବ, ତେନ୍ତୁଳି ଗଛରେ ବାଉଁଶ ଦୋଳି ବାନ୍ଧି ଝିଅମାନେ ଦୋଳି ଖେଳର ମଜା ନେବା ସହ ନାଚ ଗୀତରେ ମସଗୁଲ ଥିବା ପରିଲକ୍ଷିତ ହୋଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jun 15, 2020, 10:50 PM IST

ABOUT THE AUTHOR

...view details