ନବରଙ୍ଗପୁର: ଗରିବଙ୍କ ସେବା ହିଁ ପ୍ରକୃତ ମାନବ ସେବା । ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଲେ ତାହା ହିଁ ଭଗବାନଙ୍କୁ ପ୍ରକୃତ ଉପହାର ଦେବା ସହ ସମାନ । ଏ କଥାକୁ ନିଜ କାର୍ଯ୍ୟ ମାଧ୍ୟମରେ କରି ଦେଖାଇଛନ୍ତି ନବରଙ୍ଗପୁର ଏସପି ନିତିନ କୁସଲକର ।
ନୂତନ ବର୍ଷକୁ ଆନନ୍ଦ ଉଲ୍ଲାସରେ ପାଳିବା ପାଇଁ କିଏ କେଉଁ ପନ୍ଥା ଆପଣାଇଥାନ୍ତି । ହେଲେ ନବରଙ୍ଗପୁର ଏସପି ନିତିନ କୁସଲକର ଆଜି ନିଆରା ଢଙ୍ଗରେ ନୁଆବର୍ଷ ପାଳନ କରୁଥିବା ଦେଖିବାକୁ ମିଳିଛି । କମ୍ବଳ ବୋହି ମନ୍ଦିରକୁ ମନ୍ଦିର ଏବଂ ବିଭିନ୍ନ ଗରିବଙ୍କ ଘରେ ପହଞ୍ଚି ଏସପି କମ୍ବଳ ବାଣ୍ଟୁଥିବା ଦେଖିବାକୁ ମିଳିଛି । ଏସପିଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।