ଓଡିଶା

odisha

ETV Bharat / state

କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ, ଶ୍ମଶାନରେ ଏକା ସାଙ୍ଗରେ ଜଳିଲା ୬ ଜୁଇ - ୬ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ

Malkangiri Road Mishap: ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ା ଥାନା ମୋତିଗାଁ ଶ୍ମଶାନରେ ୬ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

ଟିପ୍ପର ଓଲଟି ଶ୍ରମିକଙ୍କ ମୃତ୍ୟୁ ଘଟଣା
ଟିପ୍ପର ଓଲଟି ଶ୍ରମିକଙ୍କ ମୃତ୍ୟୁ ଘଟଣା

By ETV Bharat Odisha Team

Published : Nov 26, 2023, 12:24 PM IST

ଟିପ୍ପର ଓଲଟି ଶ୍ରମିକଙ୍କ ମୃତ୍ୟୁ ଘଟଣା

ନବରଙ୍ଗପୁର:ମୁକ ପାଲଟି ଯାଇଛି ମୋତିଗାଁ । ସମସ୍ତଙ୍କ ଆଖିରେ ଲୁହ । ମାଟିରେ ଲୋଟି ପଡି କାନ୍ଦୁଛନ୍ତି ପରିବାର । ଏକାବେଳ ଗାଁର ୬ଜଣଙ୍କୁ କୋଳେଇ ନେଇଛି ମୃତ୍ୟୁ । ସକାଳୁ କାମକୁ ଯାଇଥିଲେ ସଞ୍ଜ ନହେଉଣୁ ଘରକୁ ଫେରିଲା ମୃତଦେହ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ହଁତାଲଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ ୬ ଜଣଙ୍କର ମୃତଦେହ ଆଜି ଗାଁକୁ ଫେରିଛି । ୬ମୃତକ ସମ୍ପର୍କୀୟ ଭାଇ ହୋଇଥିବା ଜଣାପଡିଛି । ଆଜି ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ା ଥାନା ମୋତିଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ- ମାଲକାନଗିରି ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ଟିପର୍: ୬ ଶ୍ରମିକ ମୃତ

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଗତକାଲି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ସିମେଣ୍ଟ ଓ ରଡ୍ ବୋଝେଇ ଟିପର ଓଲଟି ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା । ଟିପରଟି ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିବା ବେଳେ, ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡ଼ିଥିଲା । ଏନେଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ହନ୍ତାଳଗୁଡ଼ା BSF କ୍ୟାମ୍ପ ଯବାନମାନେ ଉଦ୍ଧାର କରିଥିଲେ । ସେମାନେ ନିଜ ପରିବାର ପ୍ରତିପୋଷଣ ପାଇଁ କାମ ସନ୍ଧାନରେ ନିଜ ଗାଁ ଛାଡି ଯାଇଥିଲେ ମାଲକାନଗିରି ଜିଲ୍ଲା ଯୋଡାମ୍ବ ଗ୍ରାମକୁ ।

ଏହା ମଧ୍ୟ ପଢନ୍ତୁ- ସଡକ ଦୁର୍ଘଟଣାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ତେବେ ମୃତକମାନେ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମାଟିଗାଁର ସୁନାଧର ଭତ୍ରା, ପୂର୍ଣ୍ଣ ଭତ୍ରା, ଜୀବରଧନ ଭତ୍ରା, ପୁଲସିଂ ଭତ୍ରା , ସୁନାଧର ଭତ୍ରା ଓ ଦୁର୍ଯ୍ୟୋଧନ ଭତ୍ରା । ସମସ୍ତ ମୃତ ବ୍ୟକ୍ତି ଶ୍ରମିକ ଥିଲେ । ଟିପ୍ପରଟି ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘାଟି ତଳକୁ ଖସିଥିବା ଟିପ୍ପରରେ ଲୁହା ଛଡ଼ ଓ ସିମେଣ୍ଟ ଯାଉଥିଲା । ତେବେ ମୃତକ ଶ୍ରମିକଙ୍କ ଗାଁ ଶ୍ମଶାନରେ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details