ନବରଙ୍ଗପୁର: ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କର ପଞ୍ଚମ ପାଳି ଶାସନ ବ୍ୟବସ୍ଥାରେ ଆରମ୍ଭ କରିଛନ୍ତି ମୋ ସରକାର ଓ 5‘ଟି’ ଯୋଜନା । ଏହି ବ୍ୟବସ୍ଥାର କିଛି ପ୍ରଭାବ ମଧ୍ୟ ପଡିଛି ଶାସନରେ । କିନ୍ତୁ ଏବେ ବି ରାଜ୍ୟର ଅନେକ ଅଫିସରେ ଏବେ ବି ଲାଞ୍ଚ ଦିଆ ନିଆ କାରବାର ଜାରି ରହିଛି । ଏମିତି ଏକ ଲାଞ୍ଚ କାରବାରରର ଭିଡିଓ ଏବେ 5‘ଟି’ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।
ଏମିତି ଏକ ଭିଡିଓ ଏବେ ନବରଙ୍ଗପୁରରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ଏବେ 5‘ଟି’କୁ ଶକ୍ତ ଚାପୁଡା ଦେଇଛି । ଭିଡିଓଟି ହେଉଛି ନିଯୁକ୍ତି ଦେବାପାଇଁ ଜଣେ ସାଧାରଣ ନାଗରିକଙ୍କ ପାଖରୁ ଜିଲ୍ଲା ପରିବହନ ଅଧିକାରୀ ଲାଞ୍ଚ ନେଇ କିପରି ଚାକିରୀ ଦେଇନଥିବାରୁ ଟଙ୍କା ଦେଇଥିବା ଯୁବକ ଜଣକ ତାଙ୍କ ପରିବାର ସହ ଆର୍ଟିଓ ଅଫିସକୁ ଆସି ଆର୍ଟିଓ ଅଧିକାରୀଙ୍କୁ ଚାକିରି ଦେଲନାହିଁ ତ ଟଙ୍କା ଫେରେଇଦିଅ ବୋଲି ଯୁକ୍ତି କରୁଛନ୍ତି । ଆର୍ଟିଓଙ୍କୁ ଟଙ୍କା ଦେଇଥିବା ଯୁବକ ନିଜେ ତାଙ୍କ ମୋବାଇଲରେ ଏହା ସୁଟିଙ୍ଗ କରିଛନ୍ତି । ଉକ୍ତ ଭିଡିଓକୁ ନବରଙ୍ଗପୁରର ଜଣେ ଯୁବ ଆଇନଜୀବୀ ତାଙ୍କ ଫେସବୁକ ଆକାଉଣ୍ଟରେ ଅପଲୋଡ କରି ଭାଇରାଲ କରିଛନ୍ତି ।