ଓଡିଶା

odisha

By

Published : Sep 14, 2020, 10:38 PM IST

ETV Bharat / state

ମାହାମାରୀ ମାଡରେ ଘାଇଲା ଗୋଲାପ ଚାଷୀ, ମୁଣ୍ଡ ଉପରେ 37 ଲକ୍ଷର ଋଣ ବୋଝ

ଗୋଲାପ ଗଛରେ କଣ୍ଟା ବିଛାଇଦେଇଛି କୋରୋନା । ଧର୍ମାନୁଷ୍ଠାନରେ ତାଲା, ସବୁ ଉତ୍ସବ, ପୂଜା ପାର୍ବଣରେ କଟକଣା ଯୋଗୁଁ ଆଜି ଅଲୋଡା ହୋଇଛି ସମସ୍ତଙ୍କ ପ୍ରିୟ ସବୁଠୁ ଆକର୍ଷଣୀୟ ଗୋଲାଫ ଫୁଲ । ଏଥିଯୋଗୁଁ ନବରଙ୍ଗପୁରରେ ପ୍ରେରଣା ପାଲଟିଥିବା ଶିଶିର କୁମାର ପରିଚ୍ଛା ଆଜି ହତାଶ । ଅଧିକ ପଢନ୍ତୁ...

ଘାଇଲା ଗୋଲାପ ଚାଷୀ , ମୁଣ୍ଡ ଉପରେ 37 ଲକ୍ଷର ଋଣ ବୋଝ
ଘାଇଲା ଗୋଲାପ ଚାଷୀ , ମୁଣ୍ଡ ଉପରେ 37 ଲକ୍ଷର ଋଣ ବୋଝ

ନବରଙ୍ଗପୁର: ଅତ୍ୟାଧୁନିକ ପଦ୍ଧତିରେ ଗୋଲାପ ଫୁଲ ଚାଷ କରୁଥିବା ଚାଷୀ ଏବେ ସମସ୍ୟା ଫାନ୍ଦରେ । କେନ୍ଦ୍ର ସରକାରଙ୍କ ଠାରୁ ଋଣ ଆଣି ଉନ୍ନତ ଧରଣର ଗୋଲାପ ଚାଷ କରିଥିବା ନବରଙ୍ଗପୁର ର ଏକମାତ୍ର ଗୋଲାପ ଫୁଲ ଚାଷୀଙ୍କୁ ଘାଇଲା କରିଛି କୋରୋନା ମାଡ । ଲକଡାଉନ ଯୋଗୁଁ ଫୁଲ ଚାଷ ବେଶ ପ୍ରଭାବିତ ହୋଇଥିବା ବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ପ୍ରତିଦିନ ନିଜ ଚାଷକୁ ନେଇ ଆଶା ଓ ଆଶଙ୍କାରେ କାଳ କାଟୁଥିବା ବେଳେ ବ୍ୟାଙ୍କର କିସ୍ତି , ବୋଝ ଉପରେ ନଳିତା ବିଡା ପାଲଟିଛି ।

ଘାଇଲା ଗୋଲାପ ଚାଷୀ , ମୁଣ୍ଡ ଉପରେ 37 ଲକ୍ଷର ଋଣ ବୋଝ

ପୂର୍ବରୁ ଫୁଲ ଚାଷ ରେ ବେଶ ଲାଭ ମିଳୁଥିବା ବେଳେ ଲକଡାଉନ ସବୁ ଉଜାଡି ଦେଇଛି । ନା ଫୁଲ ବିକ୍ରି ହେଉଛି ନା ରପ୍ତାନି ହେଉଛି । ଏଥିଯୋଗୁଁ ସମସ୍ତଙ୍କ ପ୍ରିୟ ଫୁଲ ଗୋଲାପ ଆଜି ଅଲୋଡା ହୋଇଛି । ଫଳରେ ଗୋଲାପ ଫୁଲ ଚାଷ କରି ବେଶ ଚର୍ଚ୍ଚାରେ ଥିବା ଶିଶିର କୁମାର ପରିଚ୍ଛା ଆଜି ହତାଶ ।

ଶିଶିର କୁମାର ପରିଚ୍ଛା, ବୟସ 74 ,ବନ ବିଭାଗରୁ ଅବସର ନେବା ପରେ ଧାନ ଓ ମକା ଚାଷ କରିଥୁଲେ । ଏହା ପରେ 2017-18 ମସିହା ରୁ ଗୋଲାପ ଫୁଲ ଚାଷ କରିବାକୁ ଆଗ୍ରହ ପ୍ରକାଶ କଲେ । କେନ୍ଦ୍ର ସରକାରଙ୍କ ଏନଏଚବି ଯୋଜନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ରୁ 37 ଲକ୍ଷ ଟଙ୍କା ଋଣ ଆଣି ଗୋଲାପ ଚାଷ ଆରମ୍ଭ କଲେ । 30 ହଜାର ଫୁଲ ଗଛ ରୁ ଦେଢ ବର୍ଷ ଗୋଲାପ ଫୁଲ ବିକି ବେଶ ଲାଭବାନ ହେଲେ ଶିଶିର । ଏହି ଗୋଲାପ ଫୁଲ ଚାହିଦା କେବଳ ରାଜ୍ୟ ନହେଁ ବାହାରେ ମଧ୍ୟ ଖୁବ ଭଲ ରହିଥିଲା ।

ଅଟୋ, ବାଇକ, ମିନିଟ୍ରକ ଓ ବସରେ ହଜାର ହଜାର ଫୁଲ ବାହାରରୁ ରପ୍ତାନି ହେଉଥିଲା । ଏକ ଏକର ଜାଗାରେ ଶିଶିର ବାଙ୍ଗଲୋର ଗୋଲାପ ଚାଷ କରିଥିବା ବେଳେ ବଜାରରେ ଫୁଲ ଯୋଗାଇ ପାରୁନଥିଲେ । ହେଲେ କୋରୋନା ଯୋଗୁଁ ଚକା ବନ୍ଦ ହୋଇଯିବା ପରେ ସବୁ ଉଜୁଡି ଗଲା । ଫଳରେ ଗୋଲାପ ଫୁଲ ପ୍ରକଳ୍ପର ମେଣ୍ଟାନାନ୍ସ ମଧ୍ୟ କରିପାରୁନାହାନ୍ତି । ଶ୍ରମିକ ମାନଙ୍କୁ ପରିଶ୍ରମିକ ଦେବା କଷ୍ଟକର ହୋଇପଡିଛି । ଋଣ କିପରି ସୁଝିବେ ସେ ନେଇ ସେ ଚିନ୍ତାରେ । ସାତ ମାସ ହେଲା କିସ୍ତି ବାନ୍ଧି ନାହାନ୍ତି । ବେପାର ନାହି କେମିତି ସୁଝିବେ ।

କୋରନାରେ କ୍ଷୟ କ୍ଷତି ଚାଷୀଙ୍କୁ ସହାୟତା ଦେବା ସରକାର ଘୋଷଣା କରିବାର ଆବଶ୍ୟକ ଥିବା ବେଳେ କୋରୋନା ଯୋଗୁଁ ଶିଶିରଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଫୁଲ ଚାଷ କୁ ନେଇ ଆଶା ଓ ଆଶଙ୍କା ରେ ଶିଶିର । ସମସ୍ୟା ସମ୍ପର୍କରେ ଉଦ୍ୟାନ ବିଭାଗକୁ ଜଣାଇଥିଲେ ବି କେହି ଶୁଣୁ ନାହାନ୍ତି । ତେବେ ଶିଶିର ଙ୍କ ଅଭିଯୋଗ ନେଇ ଉଦ୍ୟାନ ବିଭାଗ କିମ୍ଭା ପ୍ରଶାସନ ର ପ୍ରତିକ୍ରିୟା ମିଳି ପାରିନାହିଁ ।

ଯଦି ଏହି ପ୍ରକଳ୍ପ ପ୍ରାବଧନ ଅନୁସାରେ ଶିଶିରଙ୍କୁ ଅନୁଦାନ ମିଳେ ତେବେ ସେ ଉପକୃତ ହେବା ସହ ଆଗକୁ ଚାଷ ଜାରି ରଖିପାରିବେ ।

ନବରଙ୍ଗପୁରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details