ଓଡିଶା

odisha

ETV Bharat / state

ଟ୍ରାଫିକ ସମସ୍ୟାରେ ହନ୍ତସନ୍ତ ନବରଙ୍ଗପୁରବାସୀ - ନବରଙ୍ଗପୁର

ଅବ୍ୟବସ୍ଥା ଘେରରେ ନବରଙ୍ଗପୁର ସହର ଟ୍ରାଫିକ ସମସ୍ୟା । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସହରର ସବୁ ଛକରେ ଟ୍ରାଫିକ ପୋଲିସ ମଧ୍ୟ ନାହାନ୍ତି । ଟ୍ରାଫିକ କଣ୍ଟ୍ରୋଲ କରୁଛନ୍ତି ହୋମଗାର୍ଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Mar 29, 2019, 7:21 PM IST

ନବରଙ୍ଗପୁର: ନବରଙ୍ଗପୁରରେ ସୁଧୁରିନି ଟ୍ରାଫିକ ସମସ୍ଯା । ରାସ୍ତା ସବୁ ଅଣଓସାରିଆ । ତା ଉପରେ ବୃଦ୍ଧି ପାଉଛି ଗାଡିମୋଟରସଂଖ୍ଯା । ଟ୍ରାଫିକ କଣ୍ଟ୍ରୋଲ ପାଇଁ ସହରର ସବୁ ଛକରେ ଟ୍ରାଫିକ ପୋଲିସ ମଧ୍ୟ ନାହାନ୍ତି । ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ହୋମଗାର୍ଡ ।ସହରରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା ଟ୍ରାଫିକ ସମସ୍ୟା । ଦୈନିକ ହଜାର ହଜାର ଗାଡି ମୋଟର ଚଳାଚଳ ହେଉଥିବା ବେଳେ ବିପର୍ଯ୍ୟସ୍ତଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରିଛନ୍ତି ସହର ବାସିନ୍ଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଭୌଗୋଳିକ ଦୃଷ୍ଟି କୋଣରୁ ବଡ ଥିବା ନବରଙ୍ଗପୁର ସହରରେ ରହିଛି ମାତ୍ର ଗୋଟିଏ ଟ୍ରାଫିକ ପୋଷ୍ଟ। ଅନ୍ୟାନ୍ୟ ଜନଗହଳି ଛକ ଗୁଡିକରେ ମୁତୟନ ଅଛନ୍ତି କେତେକ ହୋମଗାର୍ଡ । ତେବେ କାର୍ଯ୍ୟଦକ୍ଷତା ନଥାଇ କିପରି ଏମାନେ ଟ୍ରାଫିକ ପରିଚାଳନା କରୁଛନ୍ତି ତାହା ସାଧାରଣ କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେପଟେ ସହରରେ ରହିଛି କେବଳ ଗୋଟିଏ ମୁଖ୍ୟ ରାସ୍ତା । ଛୋଟ ଗାଡିଠାରୁ ଆରମ୍ଭ କରି ଭାରିଯାନ ପର୍ଯ୍ୟନ୍ତ ସମସ୍ତେ ଏହି ମୁଖ୍ୟ ରାସ୍ତା ଦେଇ ଚଳାଚଳ କରୁଛନ୍ତି । ବିଶେଷକରି ଜଗନ୍ନାଥ ମନ୍ଦିର ଛକ ଠାରୁ ରାମମନ୍ଦିର ଛକ, ମଂଗଳମଟିମ୍ଭର ଛକ, ନୂଆବନ୍ଧ ସାହି ଛକ ଏବଂ ତୃପ୍ତି ଲଜ ଛକରେ ଅତ୍ୟଧିକ ଟ୍ରାଫିକ ସମସ୍ୟା ଉପୁଜିଥିବା ଅଭିଯୋଗ କରିଛନ୍ତି ନବରଙ୍ଗପୁର ବାସି ।

ଏନେଇ ଜିଲ୍ଲା ପୋଲିସ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ସହରବାସୀ । କିନ୍ତୁ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବା ବଦଳରେ ଆଶ୍ବାସନା ଦେଇଛନ୍ତି ନବରଙ୍ଗପୁର ଏସଡିପିଓ । ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପରିବହନ ବିଭାଗ ସହିତ ଆଲୋଚନା ହୋଇଥିବା ସେ କହିଛନ୍ତି । ଟ୍ରାଫିକ ସିଗନାଲ ଗୁଡିକ କାମ କରୁନଥିବା ବେଳେ ଏହାକୁ ଖୁବ୍‌ ଶୀଘ୍ର ମରାମତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।


ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ABOUT THE AUTHOR

...view details